ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼.ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

0

ଜଳେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼.ଦେବେନ୍ଦ୍ର ପ୍ରଧାନଙ୍କୁ  ଶ୍ରଦ୍ଧାଞ୍ଜଳି । ଓଡ଼ିଶାର ବରପୁତ୍ର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଓଡ଼ିଶା ପ୍ରାଇଡ୍ ସଂଗଠନ ପକ୍ଷରୁ  ବାଲେଶ୍ବର ଜିଲ୍ଲା ବସ୍ତା ଡାକବଙ୍ଗଳା ପରିସରରେ   ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା  ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ମାନସ ଦାସ ସଭାରେ ଅଧ୍ୟକ୍ଷତା କରି ସ୍ବର୍ଗତଃ ପ୍ରଧାନ ଭାରତୀୟ ରାଜନୀତିରେ  ଓଡ଼ିଆ ପୁଅ ଭାବରେ ଏକ ଅଲିଭା ସ୍ମୃତି ଓ  ଛାପ ଛାଡ଼ି ଯାଇଛନ୍ତି।ତାଙ୍କର ଅମାୟିକ ବ୍ୟବହାର  ଓ କର୍ତ୍ତବ୍ୟ ପରାୟଣ , ନିଷ୍ଠାବାନ ପାଇଁ ବିକାଶର ଧାରା ଅଧିକ  ତ୍ବରାନ୍ବିତ ହୋଇ ପାରିଥିଲା। ସେ  ରାଜନୀତିର ଗୋଟି ଚାଳଣାରେ  ଦକ୍ଷ ଓ ବିଚକ୍ଷଣ ଥିଲେ। ବିଜେପି ର  ବରିଷ୍ଠ ନେତା ଶ୍ୟାମା ପ୍ରସାଦ ବେହେରା ସ୍ବର୍ଗତ  ପ୍ରଧାନଙ୍କ ସହିତ ବିତାଇଥିବା ସ୍ମୃତି ବଖାଣିବା ସହିତ ସେ  ରାଜନୀତିରେ ସେବା ଭାବକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଉଥିଲେ,  ସାଧାରଣ ଲୋକଙ୍କ ସହିତ କଥା ହୋଇ  ତାଙ୍କର ସମସ୍ୟା ସମାଧାନ କରିବା କୁ ଅଗ୍ରାଧିକାର ଦେଉଥିଲେ ବୋଲି  କହିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ଦେବ, ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ସାହୁ, ସମାଜସେବୀ ରାଜେନ୍ ପରିଡ଼ା, ଯୁବନେତା ଧିରେନ୍ ସେଠୀ ସ୍ମୃତିଚାରଣ କରିବା ସହିତ ଡ. ପ୍ରଧାନଙ୍କ ଜାବନ ଦର୍ଶନକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ ନେଇଥିଲେ। ଇଂ ଦିବାକର ରାଉତ, ଯୁବଉଦ୍ୟୋଗୀ  ପ୍ରକାଶ କୁଣ୍ଡୁ, ଯୁବନେତା ନିହାର ରଞ୍ଜନବେହେରା, ସମାଜସେବୀ ଅଭିରାମ ମଲ୍ଲିକ, ସାମ୍ବାଦିକ ଜନ୍ମେଜୟ ପରିଡ଼ା, ବ୍ୟବସାୟୀ ବେଣୁଧର ପରିଡ଼ା, ଯୁବନେତା ବିନୟକେତନ ଜେନା, ସରୋଜ କୁମାର ଗିରି, ପଣ୍ଡିତ ଦିଲ୍ଲିପ ପଣ୍ଡା ପ୍ରମୁଖ ସ୍ବର୍ଗତ ପ୍ରଧାନ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।