ଭୁବନେଶ୍ୱର : ଫରଫର ହୋଇ ଦ୍ୱୀପରେ ଉଡୁଛି ତ୍ରିରଙ୍ଗା । ଓଡ଼ିଶାର ୧୦ଟି ଜନବସତି ଶୂନ୍ୟ ଦ୍ବୀପରେ ଉଡ଼ୁଛି ତ୍ରିରଙ୍ଗା । ବାଲେଶ୍ବରର ସୁବର୍ଣ୍ଣ ଦ୍ବୀପ, ଭଦ୍ରକର ନୟାଟାପୁର, ଭଦ୍ରକର ଉଡ଼ାବାଲି, କନିକା ଦ୍ବୀପ, ଲଙ୍ଗ ହୁଇଲର ଦ୍ବୀପରେ ଉଡ଼ିଛି ତ୍ରିରଙ୍ଗା । ଭଦ୍ରକର ସର୍ଟ ଆଇଲାଣ୍ଡ ଓ ସ୍ମଲ ହୁଇଲର ଦ୍ବୀପରେ ବି ଉଡ଼ିଛି ତ୍ରିରଙ୍ଗା । ଜଗତସିଂହପୁରର ବୋଇତରକୁଦ, ଜଟାଧାରୀ ତଣ୍ଡା, ବରକୁଦରେ ବି ତ୍ରିରଙ୍ଗା ଉଡ଼ିଛି । ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯେପରି କାହାର କିଛି ଅସୁବିଧା ହେବ ନାହିଁ ତାହା ଉପରେ ନଜର ରଖାଯାଇଛି।