ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଭାରତୀୟ ସେନାର ଶୋର୍ଯ୍ୟ ଓ ବୀରତ୍ୱର ସମ୍ମାନ ଉଦ୍ଦେଶ୍ୟରେ ଯୋଡ଼ାରେ ପରିକ୍ରମା ଶୋଭାଯାତ୍ରା । ଅପରେସନ ସିନ୍ଦୂରର ସଫଳତାକୁ ନେଇ ଯୋଡ଼ା ବିଜେପି ପକ୍ଷରୁ ଆଜି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ୱର ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି । ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ବୋଲି ଏହାକୁ ଉପସ୍ଥାପନା କରାଯାଇଛି । ଏହି ଶୋଭାଯାତ୍ରା ଯୋଡ଼ା ଲକ୍ଷ୍ମୀ ପଡିଆ ଠାରୁ ଆରମ୍ଭ ହୋଇଥିଲା ତ୍ରିରଙ୍ଗା ଶୋଭାଯାତ୍ରା ଯୋଡ଼ା ସହର ପରିକ୍ରମା କରି ଥିଲେ ସହର ପରିକ୍ରମା ପରେ ଯୋଡ଼ା କଲ୍ୟାଣ ମଣ୍ଡପ ଠାରେ ସେଷ ହୋଇଥିଲା ଆନୁକୂଲ୍ୟରେ ଆୟୋଜିତ ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଯୋଡ଼ା ବିଜେପି ଜିଲ୍ଲା ସଭାପତି ପାର୍ଦ୍ଧସାରଥି ସଢଙ୍ଗୀ , ଯୋଡ଼ା ଆଇ ଆଇ ସି ଓ ପୋଲିସ କର୍ମି ଯୋଗ ଦେଇଥିଲେ। ବିଭିନ୍ନ ସୋଚ୍ଛାସେବୀ ସଂଗଠନ ଏବଂ ସାଧାରଣ ନାଗରିକ ସାମିଲ ହୋଇ ଜାତୀୟ ପତାକା ଧରି ପାକିସ୍ଥାନ ବିରୁଦ୍ଧରେ ଏବଂ ଭାରତୀୟ ସେନା ସପକ୍ଷରେ ବିଭିନ୍ନ ସ୍ଳୋଗାନ ଦେଇଥିଲେ ।