(ରିପୋର୍ଟସ ଟୁଡ଼େ/ ମେଲବର୍ନ):ପୁରୁଷ ଏକକରେ ଦ୍ବିତୀୟ ମାନ୍ୟତା ସ୍ପେନ୍ ତାରକା ରାଫେଲ୍ ନାଦାଲ ଅଷ୍ଟ୍ରେଲିଆ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଦ୍ୱିତୀୟ ସିଡ ନାଡ଼ାଲ ୧୪ତମ ସିଡ୍ ୨୦ ବର୍ଷୀୟ ଗ୍ରୀସ୍ର ଷ୍ଟିପାନୋସ୍ ସିଟ୍ସିପାସଙ୍କୁ ୬-୨, ୬-୪, ୬-୦ ସେଟରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛନ୍ତି। ଏଥି ସହିତ ସେ ଚତୁର୍ଥ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ନାଡ଼ାଲ ଏବେ ଦ୍ୱିତୀୟ ସେମିଫାଇନାଲର ବିଜେତା ଟପ୍ ସର୍ବିୟାର ନୋଭାକ ଜୋକୋଭିଚ୍ କିମ୍ବା ୨୮ତମ ସିଡ ଫ୍ରାନ୍ସର ଲୁକାସ ପାଓଲିଙ୍କୁ ଭେଟିବେ। ଏଥର ଫାଇନାଲରେ ବିଜୟୀ ହେଲେ ନାଡ଼ାଲ କ୍ୟାରିୟରର ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବେ। ୪ଥର ଅଷ୍ଟ୍ରେଲିଆନ ଓପନ୍ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ନାଡ଼ାଲ ୨୦୦୯ରେ ଥରେ ମାତ୍ର ଟାଇଟଲ ଜିତିଥିଲେ। ତେବେ ନାଡ଼ାଲ ରେକର୍ଡ ୧୧ଥର ପାଇଁ ଫ୍ରେଞ୍ଚ୍ ଓପନ୍ ଜିତି ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ସେ ୩ଥର ୟୁଏସ୍ ଓପନ ଓ ଦୁଇଥର ଓ୍ବିମ୍ବେଲଡ଼ନ ଟାଇଟଲ ହାସଲ କରିଛନ୍ତି। ଫାଇନାଲ ମ୍ୟାଚ୍ ରବିବାର ଖେଳାଯିବ।