ୟାର ୟାର କହୁଛି, ଗୁଟୁଖା ଖାଇ ଘରେ ଛେପ ପକାଉଛି ବୋହୂ, ଥାନାରେ ଅଭିଯୋଗ କଲେ ଶାଶୁ

0

ଆଗ୍ରା: ବୋହୁ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ଶାଶୁ | କିଛି ଏଭଳି ଘଟଣାକୁ ନେଇ ଶାଶୁ ଥାନାରେ ଅଭିଯୋଗ କରିଛନ୍ତି ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଶାଶୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ବୋହୂ ଗୁଟ୍‌ଖା ଖାଇ ଘରର ଏଠିସେଠି ଛେପ ଫିଙ୍ଗୁଛି। ଉତ୍ତର ପ୍ରଦେଶର ଆଗ୍ରାରେ ବୋହୂର ବଦ ଅଭ୍ୟାସକୁ ନେଇ ଶାଶୁ ବିରକ୍ତ ହୋଇ ଅଜବ ଅଭିଯୋଗ କରିଛନ୍ତି | ସେ ସମସ୍ୟାର ସମାଧାନ କରିବାକୁ ଅନେକ ବାର ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଶେଷରେ ନିରାଶ ହୋଇ ଏ ନେଇ ଥାନାରେ ଅଭିଯୋଗ କରିବାକୁ ମନସ୍ଥ କରିଥିଲେ।

କେବଳ ସେତିକି ନୁହେଁ , ଶାଶୁ ଜଣକ ପୋଲିସକୁ କହିଛନ୍ତି ଯେ ବୋହୂ ସମସ୍ତଙ୍କୁ ‘ୟାର୍‌ ୟାର୍‌’ କହି କଥା ହେଉଛି। ଏହାଛଡ଼ା ସେ ଅନବରତ ଗୁଟ୍‌ଖା ଖାଇ ଘରର ଏଣେତେଣେ ଛେପ ଫିଙ୍ଗୁଛି। ଅନେକ ବାର ମନା କରିଛି, ହେଲେ ସେ ମାନୁନି। ସୂଚନା ଅନୁସାରେ, ବୃଦ୍ଧା ମହିଳାଙ୍କ ପୁଅର ୫ ମାସ ତଳେ ବିବାହ ହୋଇଛି। ବୃଦ୍ଧାଙ୍କ ଅଭିଯୋଗ ଶୁଣିବା ପରେ ପୋଲିସ ତାଙ୍କୁ ପାରିବାରିକ ପରାମର୍ଶ କେନ୍ଦ୍ର ପଠାଇଛି। ବୋହୂ ପକ୍ଷରୁ ମଧ୍ୟ ଅନେକ ଅଭିଯୋଗ କରାଯାଇଛି। ପୋଲିସ ଏବଂ କାଉନ୍‌ସିଲର ଉଭୟ ପକ୍ଷ ସହିତ କଥା ହୋଇଛନ୍ତି। ପାରିବାରିକ ପରାମର୍ଶ ଟିମ୍‌ ଉଭୟ ପକ୍ଷଙ୍କୁ ଶୁଣିବା ପରେ ପରବର୍ତ୍ତୀ ତାରିଖ ଦେଇଛନ୍ତି। ବର୍ତ୍ତମାନ ଏହି ମାମଲା ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଶାଶୁର ଅଭିଯୋଗ ସତ୍ତ୍ୱେ ବୋହୂ ଗୁଟ୍‌ଖା ଖାଇବା ଛାଡ଼ିବ ନାହିଁ ବୋଲି ଜିଦ୍‌ ଧରି ବସିଛି।