ଚୋରା ପଥର ଚାଲାଣ କରୁଥିବା ବେଳେ ୩ଟି ଟ୍ରକ ଜବତ

0

(ଗୋପ / ଜୟନ୍ତ କୁମାର ସେଠୀ ) : ପୁରୀ ଜିଲ୍ଲାର ଚନ୍ଦନପୁର ପୁଲିସ ଚୋରା ପଥର ଚାଲାଣ କରୁଥିବା ବେଳେ ୩ଟି ଟ୍ରକକୁ ଜବତ କରିଛି । ପୁରୀ ସଦର ତହସିଲଦାରଙ୍କୁ ଅବଗତ କରିବା ପରେ ଚନ୍ଦନପୁର ରାଜସ୍ୱ ନିରୀକ୍ଷକ ବିଭୁପ୍ରସାଦ ପାତ୍ର ଘଟଣାସ୍ଥଳରେ ପହଞ୍ଚି ବେଆଇନଭାବେ ପଥର ଚାଲାଣ କରୁଥିବା ୩ଟି ଟ୍ରକ ନିକଟରୁ ୪୫ହଜାର ଜୋରିମାନା ଆଦାୟ କରିଥିଲେ । ସେହିପରି ପୁରୀ ସଦର ଅଞ୍ଚଳରେ ବିଭିନ୍ନ ନଦୀ ପଠାରୁ ବେଆଇନ ବାଲି ଉତୋଳନକରାଯାଇ ଚୋରାରେ ବିକ୍ରୟ କରାଯାଉଥିବା ଅଭିଯୋଗ ମାନ ହୋଉଛି । ଯାହା ଫଳରେ ରାଜ୍ୟ ସରକାର ଚୋରା ଚାଲାଣ ଦ୍ୱାରା ବିପୁଳ ପରିମାଣର ରାଜସ୍ୱ ହରାଇବାକୁ ପଡୁଛି ବୋଲି ରାଜସ୍ୱ ନିରୀକ୍ଷକ ବିଭୁପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।