ଟ୍ରକ୍ ଅଟୋ ମୁହାଁମୁହିଁ ଧକ୍କା,୩ ମୃତ

0

ବ୍ୟୁରୋ: ଟ୍ରକ୍ ଅଟୋ ମୁହାଁମୁହିଁ ଧକ୍କା,୩ ମୃତ । ଏଭଳି ଘଟଣା ଘଟିଛି ଧର୍ମଗଡରେ । ଧର୍ମଗଡ ର ଜୁନାଗଡ ଥାନା ଦାସୀ ଗାଁ ବୁଲାଣୀରେ ଘଟିିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୬ଜଣ ଗୁରୁତର ହୋଇଛନ୍ତି । ବାପା,ପୁଅ ଓ ପୁତୁରା ମୃତ ବୋଲି ସୂଚନା ଥିବାବେଳେ ୬ ଗୁରୁତରଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।