ଟ୍ରକ – ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ବାଇକ ଚାଳକଙ୍କ ଜୀବନ

0

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଟ୍ରକ – ବାଇକ୍ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଵହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର – ବହଳଦା ଜାତୀୟ ରାଜପଥ ୨୨୦ ନମ୍ବର ତେନ୍ତଳା ଗ୍ରାମ ଶିରିଡି ଆଇଟିଆଇ ଛକ ପୋଲ ନିକଟରେ ।
ସୂଚନାଯୋଗ୍ୟ ଵହଳଦା ଥାନା ଅନ୍ତର୍ଗତ କୁମ୍ଭୀରଦା ଗ୍ରାମର ମିଲେଟ୍ରୀ ବେହେରାଙ୍କ ପୁଅ ରତନ ବେହେରା (୩୫) ଆଜି ରାଇରଙ୍ଗପୁର ରୁ ଘରକୁ ନିଜ ବାଇକରେ ଯାଉଥିବା ସମୟରେ ସାମ୍ନା ପଟୁ ଦୃତ ଗତିରେ ଆସୁଥିବା ଟ୍ରକ ସହିତ ମୁହାଁମୁହିଁ ହେବା ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ ।ଖବର ପାଇ ବହଳଦା ପୋଲିସ ତାଙ୍କୁ ପୋଲିସ ଗାଡିରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ତଦନ୍ତ କରୁଛି ।