ଡିଭାଇଡରରେ ପିଟି ହେଲା ମାଲ ବୋଝେଇ ଟ୍ରକ : ଡ୍ରାଇଭର ଆହତ

0

ଗଞ୍ଜାମ / ରଜନୀକାନ୍ତ ପାତ୍ର :ଡିଭାଇଡର ଉପରେ ଚଢିଗଲା ମାଲ ବୋଝେଇ ଟ୍ରକ ଡ୍ରାଇଭର ଆହତ । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ସୋମପୁର ଛକ ନିକଟରେ । ବ୍ରହ୍ମପୁରରୁ ଆସ୍କା ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ ରାସ୍ତା ଡିଭାଇଡର ଉପର କୁ ଚଢ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଆହତ ହେଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଚଳାଇଛି