ଜଳିଗଲା ଚଳନ୍ତା ଟ୍ରକ

0

(ମମତା ସାମଲ)ରିପୋର୍ଟସଟୁଡେ: ଜଳିଗଲା ଚଳନ୍ତା ଟ୍ରକ । ବଲାଙ୍ଗୀର ଏନଏଚ-୨୬ ଖମାରମୁଣ୍ଡା ନିକଟରେ ଏକ ମାଲ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି । ଉକ୍ତ ଟ୍ରକଟି ତେଜରାତି ସାମଗ୍ରୀ ନେଇ ଛତିଶଗଡ଼ରୁ ବଲାଙ୍ଗୀର ଆସୁଥିଲାବେଳେ ବାଟରେ ହଠାତ ନିଆଁ ଲାଗିଯାଇଥିଲା । ତେବେ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।