ଉମରକୋଟରେ ବାଇକ ଉପରେ ମାଡିଗଲା ଟ୍ରକ , ଦମ୍ପତି ମୃତ

0

ଉମରକୋଟ: ନବରଙ୍ଗପୁର କୁନ୍ଦେଇ ଥାନା ରାବଣାଗୁଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ମାଡିଗଲା ଟ୍ରକ । ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ୯ ବର୍ଷର ପୁଅ ।
ସୂଚନା ଅନୁଯାୟୀ , ଶ୍ରାବଣ ମାସରେ ୪ର୍ଥ ସୋମବାର ଲାଗି ସ୍ୱାମୀ-ସ୍ତ୍ରୀ ବୋଲବମ ଯାଇ ପାଣି ଢାଳି ବାଇକ ନିଜ ଘରକୁ ଫେରୁଥିଲେ । ଏହି ସମୟରେ କୁନ୍ଦେଇ ଥାନା ରାବଣାଗୁଡା ନିକଟରେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ , ଟ୍ରକଟି ବାଇକ ଉପରେ ମାଡିଯାଇଥିଲା ।ଯାହାଫଳରେ ବାଇକରେ ଥିବା ବାପା ଏବଂ ମାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଛିଟିକି ପଡିଥିଲେ । ଏତେ ବଡ ଦୁର୍ଘଟଣାରୁ ନାବାଳକ ପୁଅ ଅଳ୍ପକେ ବର୍ତ୍ତିଯାଇଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।