ମାଙ୍ଗାନିଜ ଚୋରା ଚାଲାଣ ବେଳେ ଟ୍ରକ ଜବତ; ୨ ଗିରଫ

0

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ମାଙ୍ଗାନିଜ ଚୋରା ଚାଲାଣ ବେଳେ ଟ୍ରକ ଜବତ। କୋଇଡା ଅଞ୍ଚଳ ରୁ ମାଙ୍ଗାନିଜ ଚୋରା ଚାଲାଣ ବେଳେ ରିମୁଳି ନିକଟରେ ଏକ ଟ୍ରକ କୁ ଜବତ କରିଛି ଚମ୍ପୁଆ ପୋଲିସ।ଏହି ମାମଲାରେ ଟ୍ରକ ଡ୍ରାଇଭର ସହିତ ଅନ୍ୟଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ , ଗତ ରାତି ସୁନ୍ଦରଗଡ ଜିଲ୍ଲାର କୋଇଡା ଅଞ୍ଚଳ ରୁ ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ବେଳେ ଚମ୍ପୁଆ ପୋଲିସ ରିମୁଳି ନିକଟରେ ସମ୍ପୃକ୍ତ ଟ୍ରକ କୁ ଜବତ କରିଥିଲା। ଏଥିସହିତ ଟ୍ରକ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଡ୍ରାଇଭର ଝାଡ଼ଖଣ୍ଡ ସାନଝିଙ୍କପାଣି ଗ୍ରାମ ର ଦେବ ଚରଣ ନାଏକ ବୋଲି ଜଣାପଡିଛି। ଅନ୍ୟ ପଟେ ଏହି ମାମଲାରେ ସମ୍ପୃକ୍ତ ରୁଗୁଡି ଥାନା ଅଞ୍ଚଳ ର ଅମର ନାଥ ନାଏକ କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ମାଙ୍ଗାନିଜ ଗୁଡ଼ିକର ମୂଲ୍ୟ ୩  ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।