ୟୁନୁସ ସରକାରଙ୍କୁ ବଡ ଝଟକା ଦେଇଛନ୍ତି ଟ୍ରମ୍ପ ପ୍ରଶାସନ..

0

ଶପଥ ଗ୍ରହଣ କରିବା ପରେ ଆକ୍ସନ ମୋଡରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଂଲାଦେଶକୁ ବୁଦ୍ଧି ଶିଖାଇବା ପାଇଁ ଦେଲେ ବଡ ଝଟକା । ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁସାରେ ଆମେରିକୀୟ ଏଜେନ୍ସି ୟୁଏସଏଆଇଡି ବାଂଲାଦେଶରେ ଚୁକ୍ତି, କାର୍ୟ୍ୟାଦେଶ, ଅନୁଦାନ, ସମବାୟ ଚୁକ୍ତି, ଅନ୍ୟାନ୍ୟ ସହାୟତା କିମ୍ବା କ୍ରୟ ଉପକରଣ ଅଧୀନରେ କୌଣସି କାର୍ୟ୍ୟକୁ ତୁରନ୍ତ ବନ୍ଦ କିମ୍ବା ସ୍ଥଗିତ ରଖିବାକୁ ଘୋଷଣା କରିଛି ।

ତେବେ ଗତ କିଛି ମାସ ହେବ ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ବଢୁଥିଲା । ଶେଖ ହସିନା କ୍ଷମତାରୁ ଯିବା ପରେ ହିନ୍ଦୁ ମାନଙ୍କୁ ହତ୍ୟା କରାଯିବା ସହ ଧାର୍ମିକ ସ୍ଥଳି ଗୁଡିକୁ ନିଆଁ ଲଗାଇ ଦିଆଯାଉଥିଲା । ଯେଉଁଥିରେ ନିରବ ଦ୍ରଷ୍ଠ ସାଜିଥିଲେ ୟୁନୁସ ସରକାର । ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା ପାଇଁ ଅନେକ ଦେଶ ଅନୁରୋଧ କରିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପାଇଁ ୟୁନୁସ ସରକାରଙ୍କୁ ସମାଲୋଚନା କରିଥିଲେ ।

ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ ଯେ ,ବାଂଲାଦେଶରେ ଉଗ୍ର ବାମପନ୍ଥୀଙ୍କ ଧାର୍ମିକ ବିରୋଧୀ ଏଜେଣ୍ଡାରୁ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କ ସୁଦୃଢ଼ କରାଯିବ। ଏବେ ପ୍ରାୟ ଦୁଇ ମାସ ପରେ ଟ୍ରମ୍ପ କ୍ଷମତାକୁ ଆସିବା ମାତ୍ରେ ବାଂଲାଦେଶ ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା ।ବାଂଲାଦେଶ ଏବେ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି । ଶୁକ୍ରବାର ଆମେରିକାର ବୈଦେଶିକ ବିଭାଗର ନିର୍ଦ୍ଦେଶ ପରେ ଏହା ଆସିଛି ଯେଉଁଥିରେ ସମସ୍ତ ବିଦେଶୀ ସହାୟତା ବନ୍ଦ ହୋଇଯାଇଛି। ।