ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ପାଇଁ ଶାନ୍ତି ପ୍ରସ୍ତାବ ସହିତ ଆବଶ୍ୟକ ପଡିଲେ ଶାନ୍ତି ସ୍ଥାପନ ପାଇଁ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି ଟ୍ରମ୍ପ
ୱାଶିଂଟନ୍-: ‘ଅପରେସନ୍ ସିନ୍ଦୂର’କୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ପ୍ରଚଣ୍ଡ ପ୍ରହାର କରିଛି ଭାରତ । ସେ କହିଛନ୍ତି ଉଭୟ ଭାରତ ଓ ପାକିସ୍ତାନ ସହ ତାଙ୍କ ସଂପର୍କ ଭଲ । ତେଣୁ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ନବଢାଇକୁ ପରାମର୍ଶ ଦେଇଛନ୍ତି ଟ୍ରମ୍ପ । ଯଦି ଏହି ପ୍ରସଙ୍ଗରେ ସେ କିଛି କରିପାରିବେ ତେବେ ନିଶ୍ଚୟ କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।
ସେପଟେ ଅପରେସନ୍ ସିନ୍ଦୂର ପରେ ପରିସ୍ଥିତି ଉପରେ ନଜର ରଖିବାକୁ କାଶ୍ମୀର ସୀମାକୁ ଲାଗିଥିବା ୧୦ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲିଛି । ଅନ୍ୟପଟେ ଭାରତର ଜଳ, ସ୍ଥଳ ଏବଂ ଆକାଶ ପଥରେ ସତର୍କତା ଜାରି କରାଯାଇଛି । ଯେକୌଣସି ପରିସ୍ଥିତି ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପାକିସ୍ତାନକୁ କଡା ଜବାବ ଦେବାକୁ ଭାରତୀୟ ସେନା ପୁରା ପ୍ରସ୍ତୁତ । ଆରବ ସାଗରରେ ଭାରତର ଯୁଦ୍ଧ ଜାହାଜ ମୁତୟନ ହୋଇଛି ।