ଗିରଫ ହୋଇ ମୁକୁଳିଲେ ଟ୍ରମ୍ପ

0

ନୂଆଦିଲ୍ଲୀ: ଗୋପନ ଦସ୍ତାବିଜ ଲୁଚାଇ ରଖିବା ମାମଲାରେ ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗତକାଲି ସେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଥିଲେ । ଏହାର ୪୫ ମିନିଟ ଭିତରେ ଜାମିନରେ ବାହାରିଥିଲେ ଟ୍ରମ୍ପ । ମିଆମି ସ୍ଥିତ ଫେଡେରାଲ କୋର୍ଟରେ ସେ ଆମସର୍ମପଣ କରିଥିଲେ । ଜାତୀୟ ସୁରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ଲୁଚାଇବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ଆତ୍ମସମର୍ପଣ କରିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇଥିଲା । ଏହାସହ ମିଆମି କୋର୍ଟରେ ନିଜକୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି ଟ୍ରମ୍ପ । ପେଣ୍ଟାଗନ, ସିଆଇଏ ଆଦି ସଂସ୍ଥାର ଅନେକ ଗୁରୁତ୍ବପୂର୍ଣ୍ଣ ନଥି ନେଇଯାଇଥିବା ସମ୍ପର୍କରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଶୁଣାଣି କ୍ରମେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଆମେରିକା ଇତିହାସରେ ପ୍ରଥମ ଥର ଲାଗି ଏଭଳି ସଂଗୀନ ଅଭିଯୋଗରେ ହାଜର ହୋଇଥିଲେ ଟ୍ରମ୍ପ । ପୂର୍ବରୁ ତାଙ୍କ ନାମରେ ୨୦୧୬ରେ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା ମଧ୍ୟ ଚାଲିଛି । ଏହି ଦୁଇ ଘଟଣାରେ ସେ କିଛି ଭୁଲ୍ କରିନାହାନ୍ତି ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ କାଠଗଡ଼ାରେ ଠିଆ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । କୋର୍ଟରେ ୪୫ ମିନିଟ ଧରି ମାମଲା ଚାଲିବା ପରେ ଶେଷରେ ଜାମିନ ପାଇଛନ୍ତି ଟ୍ରମ୍ପ ।