ଭୁବନେଶ୍ୱର: ସ୍ୱାଧୀନତା ଦିବସ ଉପଲକ୍ଷେ ସତ୍ୟନଗର ସାଂସ୍କୃତିକ ଆସୋସିଏସନ୍ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ‘ଟ୍ରୁଷ୍ଣା ଚାରିଟେବଲ ଟ୍ରଷ୍ଟ’ର ଅଧକ୍ଷ୍ୟ ତଥା ଯୁବ ସମାଜ ସେବୀ ଜେ.କ୍ରୀଷ୍ଣା କୁମାର କୁନି କୁନି ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୩୪ ନଂ ୱାର୍ଡର କର୍ପୋରେଟର୍ ପୁଷ୍ପାଞ୍ଜଳୀ ସେଠୀ, ଯୁବ ସମାଜ ସେବୀ ନରେନ୍ଦ୍ର ସେଠୀ, ବିଜେଡି ସମ୍ପାଦକ ବାଲୁକେଶ୍ୱର ନାୟକ, ଓଡ଼ିଶାର ଜଣାଶୁଣା ସଂଗୀତଜ୍ଞ ମହାପ୍ରସାଦ କର ଓ ସତ୍ୟନଗର ସିନିୟର ସିଟିଜେନ ମାନେ ଯୋଗ ଦେଇଥିଲେ ।
ଏଥିରେ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ପିଲାମାନଙ୍କୁ ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛୋଟ ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟା ଯାଇଥିଲା । ପିଲାମାନଙ୍କୁ ବହୁତ ଆନନ୍ଦ ଓ ଉତ୍ସାହିତ ଦେଖିବାକୁ ମିଳିଥିଲା । ଏହି ଭଳି ପ୍ରୟାସକୁ ବୁଦ୍ଧିଜୀବି ମହଲରେ ଆନନ୍ଦ ଦେଖାଯାଇଥିଲା ।