ମଙ୍ଗଳବାର ସଂସଦ ଥିଲା ସରଗରମ । ବଜେଟ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ବିଜେପି ସାଂସଦ ଅନୁରାଗ ଠାକୁର ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହୋଇଥିଲେ ମୁହାଁମୁହିଁ । ରାହୁଲଙ୍କୁ ଟାର୍ଗେଟ କରି ଅନୁରାଗ ପୂର୍ବର ସବୁ କଂଗ୍ରେସ ପ୍ରଧାନମନ୍ତ୍ରୀ ଓ ସେମାନଙ୍କ ସମୟରେ ହୋଇଥିବା ଘୋଟାଲାର ଉଲ୍ଲେଖ କରିଥିଲେ । ଏଥିସହ ସେ ରାହୁଲଙ୍କ ତାତ୍ସଲ୍ୟ କରି କହିଥିଲେ, ମୁଁ ପଚାରିବାକୁ ଚାହୁଁଛି, ହାଲବା କେମିତି ମିଳିଲା । ଜାତିଗତ ଜନଗଣନାକୁ ଅନୁରାଗ ଆହୁରି କହିଥିଲେ, ଯାହାକୁ ଜାତିର ପରିଚୟ ଜଣାନାହିଁ, ସେ ଗଣନା କଥା କହୁଛି । ମୁଁ କାହା ନାଁ ନେଇନଥିଲି ହେଲେ ଉତ୍ତର ଦେବାକୁ କିଏ ଠିଆ ହେଲୋ
ଏହା ପୂର୍ବରୁ ଅନୁରାଗ ଠାକୁର ଆହୁରି କହିଥିଲେ କି, ଅସତ୍ୟର ପାଦ ନଥାଏ, ସେ କଂଗ୍ରେସର କାନ୍ଧରେ ଯାତ୍ରା କରିଥାଏ । ରାହୁଲ ଗାନ୍ଧୀଙ୍କ କାନ୍ଧରେ ଅସତ୍ୟର ବିଡା ଥାଏ ଯେମିତି । ଏହି ଟିପ୍ପଣୀ ପରେ ସଦନରେ ହଙ୍ଗାମା ଆରମ୍ଭ ହୋଇଥିଲା । ରାହୁଲଙ୍କୁ ଅନୁରାଗଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସ୍ପିକର ଅନୁମତି ଦେବାରୁ ରାହୁଲ ଠିଆ ହୋଇ ଅନୁରାଗ ତାଙ୍କୁ ଗାଳି ଦେଇଛନ୍ତି, ମୋର ବେଜିତ କରିଛନ୍ତି । ହେଲେ ମତେ ଏଥିପାଇଁ କ୍ଷମାପ୍ରାର୍ଥନା ଦରକାର ନାହିଁ । ରାହୁଲ ମହାଭାରତର ଉଲ୍ଲେଖ କରି କହିଥିଲେ,ଯିଏ ଦଳିତର କଥା କୁହେ ସେ ଗାଳି ଖାଏ । ମୁଁ ଏହି ଗାଳିକୁ ଖୁସିରେ ଖାଇବି । ଅର୍ଜୁନଙ୍କୁ ମାଛର ଆଖି ଦେଖାଦେବା ପରି ଆମକୁ ଖାଲି ଜାତୀୟ ଜନଗଣନା ଦରକାର, ତାହା ଆମେ କରିବୁ । ଏଥିପାଇଁ ମତେ ଯାହା ଗାଳି ମିଳିବ ମୁଁ ଖୁସି ଖୁସି ଗ୍ରହଣ କରିବି ।
ଋାହୁଲଙ୍କ ଉତ୍ତରରେ ଗୃହରେ ହଙ୍ଗାମା ହେବାରେ ଲାଗିଲା ଓ ସପା ସାଂସଦ ଅଖିଳେଶ ଯାଦବ ଠିଆହୋଇ ରାହୁଲଙ୍କ ସମର୍ଥନରେ କହିଲେ କି, ଗୃହରେ କାହାର ଜାତି କେମିତି ପଚରା ଯିବ?