ଅନଲାଇନ ଗେମରେ ବାଇଆ ହେଲେ ଟ୍ୟୁସନ ସାର । ନେଲେ ଚରମ ନିଷ୍ପତି । ଅନଲାଇନ ଗେମ ପ୍ରତି ଆକର୍ଷିତ ହୋଇ ଅନେକ ସମୟରେ ଯୁବପିଢୀ ଭୁଲ ନିଷ୍ପତ୍ତି ନେଇଥାନ୍ତି । କିଏ ଟଙ୍କା ଖଟାଇ କ୍ଷତିରେ ପଡି ନିଜର ଜୀବନ ହାରନ୍ତି ତ ଆଉ କିଏ ଟଙ୍କା ପାଇଁ ଅନ୍ୟର ଜୀବନ ନେଇଥାନ୍ତି । ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ସେହିପରି ୫ ଲକ୍ଷରୁ ଅଧିକ ଟଙ୍କା ହାରିଯିବା ପରେ ସାର ଜଣକ ନିଜ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଏପରି ଘଟଣା ବାଲେଶ୍ବର ବସ୍ତା ଥାନା ତେଘରିରୁ ଆସିଛି ଏଭଳି ସାଂଘାତିକ ଘଟଣା । ସୌରଜିତ ରାୟ ଅନଲାନ ଜୁପି ଲୁଡ ଗେମ୍ ଖେଳି ୫ ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି । ଜିତିବା ନିଶାରେ ସର୍ବସ୍ବ ହରାଯାଇଛନ୍ତି । ଏନେଇ କିଛିଦିନ ହେବ ସେ ଚିନ୍ତାରେ ଥିବା ବେଳେ ଆଜି ଛୁରିରେ ହାତ ଓ ବେକ କାଟି ଜୀବନ ହାରିବା ଉଦ୍ୟମ କରିଥିଲେ। ସଙ୍କଟପନ୍ନ ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସୌରଜିତ ଅନେକ ସମୟରେ ଜୁଆ ଖେଳୁଥିଲେ ଏବଂ ଏଥିପାଇଁ ସେ ଚିନ୍ତାଗ୍ରସ୍ତ ରହୁଥିଲେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପରି ଖେଳରୁ ନିବୃତ ରହିବା ପାଇଁ ସତର୍କ ସୂଚନା ଜାରୀ କରାଯାଇଥିଲେ ସୁଦ୍ଧା ଏଭଳି ଘଟଣା ବାରମ୍ବାର ଘଟୁଛି ।