ଭୁବନେଶ୍ୱର : ନୂତନ ଭାବେ ଗଠନ କରାଯାଇଥିବା ୩ଟି ପୌରସଂସ୍ଥାରେ ନିଯୁକ୍ତି ପାଇବେ ୧୨ ଅଧିକାରୀ । ନିଯୁକ୍ତି ହେବାକୁ ଥିବା ନୂତନ ଅଧିକାରୀଙ୍କ ମଧ୍ୟରେ କାର୍ୟ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ (ସିଭିଲ), ଆକାଉଣ୍ଟାଣ୍ଟ, ରାଜସ୍ୱ ସୁପରଭାଇଜର, ଟ୍ୟାକ୍ସ କଲେକ୍ଟର, ଅମିନ, କନିଷ୍ଠ ସାନିଟାରୀ ଇନ୍ସପେକ୍ଟର, କମ୍ୟୁନିଟି ଅର୍ଗାନାଇଜର, ବରିଷ୍ଠ ଓ କନିଷ୍ଠ ସହାୟକ ଆଦି ଅର୍ନ୍ତଭୁକ୍ତ । ରାଜ୍ୟ ଅର୍ଥ ବିଭାଗ ଏ ନେଇ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ତେବେ ଏହି ତିନୋଟି ପୌରସଂସ୍ଥାଗୁଡ଼ିକ ହେଲେ ବିଜେପୁର, ଚାନ୍ଦବାଲି ଓ ଧାମନଗର । ରାଜ୍ୟ ଅର୍ଥ ବିଭାଗ ସବୁଜ ସଙ୍କେତ ଦେଇଥିବାବେଳେ ଖୁବ୍ଶୀତଘ୍ର ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ପଦବୀ ନିମନ୍ତେ ସରକାରଙ୍କର ସମସ୍ତ ନିଯୁକ୍ତି ସର୍ତ୍ତ ପାଳନ ପୂର୍ବକ ଚୟନ ପରୀକ୍ଷା ଅନୁଷ୍ଠିତ ହେବ ।