ଟ୍ୱିନ୍ ସିଟିରେ ଛେଚିଲା କାଳବୈଶାଖୀ ବର୍ଷା

0

ଭୁବନେଶ୍ୱର : ବଦଳିଲା ପାଗ । ତାତିରୁ ମିଳିଲା ଆଶ୍ୱସ୍ତି । ରାଜ୍ୟରେ ଅନେକ ସ୍ଥାନ ସହ ଭୁବନେଶ୍ୱର ଓ କଟକରେ ଘଡଘଡି, ପବନ ସହ ହୋଇଛି କାଳବୈଶାଖୀ ବର୍ଷା।। ସକାଳୁ ଖରା ପରେ ଅପରାହ୍ଣରେ ନିର୍ଧୁମ ଛେଚିଥିଲା । ଏ ନେଇ ତିନି ଘଣ୍ଟା ପାଇଁ ସତର୍କ କରାଇଲା ପଣିପାଗ ବିଭାଗ । ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ପାଇଁ IMD ପୂର୍ବାମାନ କରିଛି ।
ଜୁନରୁ ରାଜ୍ୟରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଥିବା ନେଇ ଆକଳନ କରାଯାଇଛି । ଜୁଲାଇ- ଅଗଷ୍ଟରେ ଉପକୂଳ ଓ ଉତ୍ତର ଓଡିଶାରେ କମ ବର୍ଷା ହେବ । ସେପ୍ଟେମ୍ବରରେ ଦକ୍ଷିଣ ଓଡିଶାରେ ଭଲ ବର୍ଷା ହେବ ।