୨ବର୍ଷରେ ୫ଶହ ସମସ୍ୟାର ସମାଧାନ କଲେ ଟୁଇଟର ମ୍ୟାନ ଦୀପକ

0

ହିନ୍ଦୋଳ / ଗୌତମ ମୁଦୁଲି  : ବର୍ତ୍ତମାନ ସମୟରେ ମୋବାଇଲ୍ ଓ ସୋସିଆଲ୍ ମିଡ଼ିଆକୁ ଯୁବଗୋଷ୍ଠୀ ମନୋରଂଜନର ମାଧ୍ୟମ ଭାବେ ବାଛି ନେଇଥିବା ବେଳେ ଜଣେ ଉଚ୍ଚଶିକ୍ଷିତ ଯୁବକ ଏହାକୁ ଆୟୁଧ କରି ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିପାରୁଛନ୍ତି। କେବଳ ଢ଼େଙ୍କାନାଳ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ସମସ୍ୟା ସମ୍ପର୍କରେ ସେ ପ୍ରଶାସନକୁ ଟୁଇଟ୍ କରି ସମାଧାନ କରିବାରେ ସକ୍ଷମ ହୋଇଛନ୍ତି। ସେ ସାମାଜିକ ଗଣମାଧ୍ୟମ ଟୁଇଟର୍ ମାଧ୍ୟମରେ ଗତ ୨ ବର୍ଷ ମଧ୍ୟରେ ଅନେକ ସମସ୍ୟାର ସମାଧାନ କରିବାରେ ସଫଳ ହୋଇ ପାରିଛନ୍ତି।  ପେଶା ରେ ସେ ଜଣେ ଲେଖକ ଓ ସାମ୍ବାଦିକ ହୋଇଥିଲେ ମଧ୍ୟ ନିଜର ବ୍ୟସ୍ତ ବହୁଳ ସମୟ ଭିତରୁ ସମୟ ବାହାର କରି ଲୋକ ଙ୍କ ସମସ୍ୟା କୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରୁଛନ୍ତି । ଏହି ଯୁବକ ଜଣଙ୍କ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ଗ୍ରାମର ଲକ୍ଷ୍ମଣ ନାଏକ ଓ ମିନତୀ ନାଏକ ଙ୍କ ଜ୍ୟେଷ୍ଠ ପୁତ୍ର ଦୀପକ କୁମାର ନାଏକ। ତାଙ୍କ ଟୁଇଟ୍ ଦ୍ଵାରା ଅନେକ ସମସ୍ୟାର ସମାଧାନ ହୋଇପାରୁଥିବାରୁ ସେ ଏବେ ଟୁଇଟରମ୍ୟାନ  ଭାବେ ବେଶ୍ ପରିଚିତ। ଗରିବ ଲୋକଙ୍କ ଭତ୍ତା, ରୋଗୀଙ୍କୁ ଚିକିତ୍ସା ସୁବିଧା,ରକ୍ତ ଯୋଗାଡ଼, ରାସ୍ତା ଏବଂ ପାଣି ସମସ୍ୟାର ସମାଧାନ ତାଙ୍କ ଟୁଇଟ୍ ମାଧ୍ୟମରେ ହେଇଯାଉଛି। ଲୋକେ ନିଜ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରିବା ପାଇଁ ଦୀପକ ଙ୍କ ପାଖରେ ପହଞ୍ଚୁଛନ୍ତି। ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ସେ ତତ୍କାଳ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମୂଖ୍ୟମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ଟୁଇଟ୍ ମାଧ୍ୟମରେ ଜଣାଇ ଦେଉଛନ୍ତି। ଏମିତିକି ସମସ୍ୟା ସମାଧାନ ହେବା ପର୍ଯ୍ୟନ୍ତ ଦୀପକ ପ୍ରଶାସନ ସହ ଯୋଗାଯୋଗରେ ରହିଥାଆନ୍ତି। ତାହା ସମାଧାନ ହେବା ପରେ ଫେସବୁକ୍ ମାଧ୍ୟମରେ ଲୋକ ଙ୍କ ସଚେତନତା ଉଦ୍ଦେଶ୍ୟରେ ପୋଷ୍ଟ କରିଥାଆନ୍ତି। ଏ ସମ୍ପର୍କରେ ଦୀପକ ଙ୍କୁ ପଚାରିବାରେ ସେ କୁହନ୍ତି ମାନବ ସେବା ହିଁ ମାଧବ ସେବା , ମୁଁ ମୋ ଜୀବନ କୁ ସମାଜ ସେବାରେ ଉତ୍ସର୍ଗ କରିଦେଇଛି।