ବଡଚଣା / ବେଦପ୍ରକାଶ ନାୟକ : କଟକ ବନଖଣ୍ଡ ଅନ୍ତର୍ଗତ ବୈରୀ ଠାରେ ଥିବା ଡାଳିଯୋଡା ବନାଅଞ୍ଚଳର ପକ୍ଷରୁ ବଜ୍ରକାପ୍ତା କାତି ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ ବଡଚଣା ଥାନା ଅନ୍ତର୍ଗତ ତଣ୍ଡିଚଳ ପଞ୍ଚାୟତର ବାଘୁଆ ଗ୍ରାମର କିଛିଦିନ ପୂର୍ବରୁ ଏକ ବଜ୍ରକାପ୍ତା ମାରି ତାର ମାଂସ ଖାଇ ସହ ତାର କାତିକୁ ଯୋଜନା ବୋଧ ବିକ୍ରି ପାଇଁ ରଖିଥିବା ବିଶେଷ ସୁତ୍ରରୁ ଖବର ପାଇ ବୈରୀ ବନାଅଞ୍ଚଳ ଅଧିକାରୀ ଅଦେଇତ୍ଯ ପ୍ରଧାନ, ଚଣ୍ଡିଖୋଲ ବନପାଳ କୃଷ୍ଣ ଚନ୍ଦ୍ର ଟୁଡୁ ପ୍ରମୁଖ ରାତିରେ ବାଘୁଆ ଗ୍ରାମର ନିତ୍ୟାନନ୍ଦ ସାମଲଙ୍କ ଘରେ ଚଢାଉ କରି ତିନି କିଲୋ ବଜ୍ରକାପ୍ତା କାତି ଜବତ କରିଥିଲେ। ମାତ୍ର ନିତ୍ୟାନନ୍ଦ ସାମଲ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ସଂପୃକ୍ତ ଉକ୍ତ ଗ୍ରାମର ଧୃବାନନ୍ଦ ରାଉତଙ୍କ ପୁଅ ବିବେକାନନ୍ଦ ରାଉତ ଓ ଶଙ୍କର ଦେହୁରୀଙ୍କ ପୁଅ ରମେଶ କୁମାର ଦେହୁରୀକୁ ଗିରଫ କରାଯାଇ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।ଆସନ୍ତା କାଲି ସେମାନଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ବନାଅଞ୍ଚଳ ଅଧିକାରୀ ଅଦେଇତ୍ଯ ପ୍ରଧାନ କହିଛନ୍ତି।