୨୮କେଜି ଗଞ୍ଜେଇ ସହ  ଦୁଇ ଅଭିଯୁକ୍ତ ଗିରଫ

0

ବିଷମକଟକ:ରାୟଗଡା ଜିଲ୍ଲା ବିଷମକଟକ ଠାରେ ରାୟଗଡା ଅବକାରୀ ମୋବାଇଲ୍‌ ବିଭାଗ ଓ ବିଷମକଟକ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଆଜି ଦୁଇ ଅଭିଯୁକ୍ତକୁ ଗିରଫ କରା ଯାଇଛି । ସେମାନଙ୍କ ଠାରୁ  28 କେଜି ଗଞ୍ଜେଇ ଜବତ କରିଛନ୍ତି  ପୋଲିସ  । ସୂଚନା ଅନୁଯାଇ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇଅଭିଯୁକ୍ତ ମଧ୍ୟରେ ଜଣକୁ ବିଷମ କଟକ ବସଷ୍ଟାଣ୍ଡ ଓ ଅନ୍ୟ ଜଣକୁ ମାର୍କମା ମନ୍ଦିର ନିକଟରେ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ଜଣେ ଗୁଡାରି ଥାନା ଅଧିନସ୍ଥ ସର୍ଗିଗୁଡା ଗ୍ରାମର ଚନ୍ଦନ କୁମାର ରଥ (୨୭) ଓ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳର ବିକ୍ରମ ପ୍ରଧାନ(୪୭) ବୋଲି ଜଣାପଡିଛି । ଜବତ ଗଞ୍ଜେଈର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ 80 ହଜାର ଟଙ୍କା  ହୋଇଥିବା ବେଳେ ଗିରଫ ପରେ ସେମାନଙ୍କୁ ଗୁଣପୁର କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ହିତାଂଶୁ ଶେଖର ମଲ୍ଲିକ,ବିଷମ କଟକ ଅବକାରୀ ଥାନା ଅଧିକାରୀ ପଙ୍କଜ କୁମାର ନାୟକ,ଏ.ଏସ.ଆଇ ରମ୍ ଜାନ୍ ଖାନ୍,ସହ ମୁନିଗୁଡା ଓ ବିଷମ କଟକ ର ଅବକାରୀ ଥାନା ଷ୍ଟାଫ ସାମିଲ୍ ଥିଲେ ।