ଭୁବନେଶ୍ୱର: ବିଜେଡିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ତାଙ୍କର ପରାମର୍ଶ ଦାତା ଆର୍.ବାଲକ୍ରିଷ୍ଣନ, ସୁରେଶ ଚନ୍ଦ୍ର ମହାପାତ୍ର ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି।ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବା ପରେ ମୁଖ୍ୟ ଶାସନ ସଚିବ ହୋଇଥିଲେ ଶ୍ରୀ ମହାପାତ୍ର । ମୁଖ୍ୟ ସଚିବ କାର୍ଯ୍ୟକାଳ ସରିବା ପରେ ବି ଶ୍ରୀ ମହାପାତ୍ରଙ୍କୁ କାର୍ଯ୍ୟକାଳକୁ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ତାଙ୍କୁ ଓଇଆରସି ଦାୟିତ୍ୱ ଦିଆଯାଇଥିଲା। ଏହା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା। ସେହିପରି ବାଲକ୍ରିଷ୍ଣନ୍ ପୂର୍ବରୁ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଥିଲେ। ଅବସର ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା ।