ସୁବର୍ଣ୍ଣମେରୁ ମନ୍ଦିରର ହୁଣ୍ଡି ଚୋରୀ ଘଟଣାରେ ଦୁଇ ଗିରଫ

0

ସୋନପୁର: ସୁବର୍ଣ୍ଣମେରୁ ମନ୍ଦିରର ହୁଣ୍ଡି ଚୋରୀ ଘଟଣାରେ ୨ ଅଭିଯୁକ୍ତ ଗିରଫ । ସୋନପୁର ଇଷ୍ଟ ଦେବ ଶ୍ରୀ ସୁବର୍ଣ୍ଣେମେରୁ ମନ୍ଦିରରୁ ଗତ ସୋମବାର ରାତିରେ ଚୋରି ହୋଇଥିବା ନେଇ ପୂଜକ ଓ ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏହି ଭଳି ଏକ ସମ୍ବେଦନଶୀଳ ଘଟଣା ରେ ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମାସୀନି ମେହେରଙ୍କ ନେତୃତ୍ବରେ ସ୍ପେଶାଲ୍ ସ୍ମାର୍ଡ ତୁରନ୍ତ ସହରରେ ଛାନ ଭିନ କରିଥିଲେ । ପରେ ଘଟଣା ରେ ସାମିଲ ଥିବା ଦୁଇ ଜଣ ସନ୍ଦିଗ୍ଧ ଯୁବକ ଧୀବର ପଡାର ଇଶ୍ବର ଅଧୂକାରୀ (୨୪) ଓ ମଝିପଡା ର ସାୟଦ ନସିବ ଅଲ୍ଲି (୨୪) ଙ୍କୁ ଉଠାଇ ଆଣି ଅଟକ ରଖ୍ ପଚରା ଉଚୁରା କରୁ ଥିବା ବେଳେ ଆସନ୍ତା କାଲି କୋର୍ଟ ଚାଲଣ କରିବ ବୋଲି କୁହାଯାଉଛି ।