ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା ରେ ଦୁଇ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ । ସୂଚନା ଅନୁଯାୟୀ ଗତକାଲି ଉପନିର୍ଦ୍ଦେଶକ ଙ୍କ କାର୍ଯ୍ୟା ଳୟରେ ପଶି ଭଙ୍ଗାରୁଜା କରିଥିଲେ । ଏହାସହ ଦୁଇ ଏସିଏଫ ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ପରେ ସିସିଟିଭି ଫୁଟେଜକୁ ଆଧାର କରି ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ଦୁଇଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଆଉ ଶେଷରେ ଦୁଇ ଜଣଙ୍କ ଧରିବାରେ ସଫଳ ହୋଇଛି ପୋଲିସ ।