ଭୁବନେଶ୍ୱର-: ରାଜଧାନୀରେ ନାବାଳିକାଙ୍କୁ ନିଶା ଦେଇ ଅପହରଣ ଅଭିଯୋଗ । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ୨ ଜଣ ବଙ୍ଗୀୟ ଯୁବକଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ରାତି ଅଧରେ କୁଆଡେ ଓ କାହିଁକି ନାବାଳିକାଙ୍କୁ ନେଉଥିଲେ, ତାର କାରଣ ଜଣାପଡିନାହିଁ । ନିଶାଦେଇ ନାବାଳିକାକୁ ଅପହରଣ କରୁଥିବା ବେଳେ ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରିଥିଲେ । ମୂର୍ମୁଷ ଅବସ୍ଥାର ଦୁଇ ଯୁବକ ନେଉଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ । ୨ ଯୁବକଙ୍କୁ ଧରି ଖଣ୍ଡଗିରି ଥାନା ପୋଲିସର ଜିମା ଦେଇଥିଲେ । ଅନ୍ୟପଟେ ନାବାଳିକା ଜଣଙ୍କ ଅଚେତ ଅବସ୍ଥାରେ ଥିବାରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଅଟକ ୨ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନୀପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ । ଡୁମଡୁମା ଅଞ୍ଚଳରେ ହୋଟେଲ ଶ୍ରମିକ ଭାବରେ କାମ କରନ୍ତି ଏହି ୨ ଯୁବକ ।