ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଗଲା ୨ ଜୀବନ ଜଣେ ଗୁରୁତର ଜଣେ ଆହତ

0

ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ  ଡେରଜାଙ୍ଗ ସାହି ନିକଟରେ ଥିବା କଫି ସେଣ୍ଟର ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଦୁର୍ଘଟଣା । ଫଳରେ ୨ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଏବଂ ଜଣେ ଆହତ ଅବସ୍ଥାରେ  ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ମିଳିଥିବା ଖବର ଅନୁସାରେ ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟି ଥିବା ସୂଚନା ମିଳିଛି।ଦୁର୍ଘଟଣା  ସ୍ଥଳରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତିଙ୍କ ନାମ ଅନିଲ କୁମାର ବୋଥଲେ (୩୦) ହୋଇଥିବା ବେଳେ ସେ କୁମଣ୍ଡ ଅଞ୍ଚଳରେ ଭଡାରେ ରହୁଥିଲେ। ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବସ୍ଥାରେ ଅଜୟ ବେହେରା (୨୦) ଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଗୁରୁତର ବ୍ୟକ୍ତି ସୁନିଲ ବେହେରା (୨୦) ଘର ଟାପଢ଼ୋଲ ବୋଲି ସୂଚନା ମିଳିଛି। ସୁନିଲ ନତଡା ମାମୁଁ ଘରେ ରହି ଏକ କାରଖାନାରେ କାର୍ଯ୍ୟ କରନ୍ତି । ଆହତ ହୋଇଥିବା ବ୍ୟକ୍ତି  ଜଣଙ୍କ ସୁବ୍ରତ ପ୍ରଧାନ (୧୭) ବୋଲି ସୂଚନା ମିଳିଛି । ଅଜୟ ବେହେରା, ସୁନିଲ ବେହେରା ଓ ସୁବ୍ରତ ପ୍ରଧାନ ଗୋଟିଏ ବାଇକରେ ନତଡ଼ା ରୁ କୁମଣ୍ଡ ସୁବ୍ରତଙ୍କୁ ଛାଡ଼ିବା ପାଇଁ ଆସୁଥିବା ବେଳେ କୁମଣ୍ଡ ଡେରଜଙ୍ଗ ସାହି ନିକେଟରେ ଥିବା କଫି ସପ୍ ସେଣ୍ଟରରୁ ଅନିଲ କୁମାର ବୋଥଲା ବାହାରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।