(ରିପୋର୍ଟରସ ଟୁଡେ, ଭୁବନେଶ୍ୱର): ଗତକାଲି ଛେଳି ଖୋଜିବାକୁ ଯାଇ ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଆଉ ଜଣେ ଗୁରୁତର । ଘଟଣାଟି ହେଉଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ଦୋରାବଡ ଗ୍ରାମର । ଗାଁର ଦୁଇ ଭାଇ ଏନ ନରସିଂହ ଦୋରା ଓ ଡି. ନାଗେଶ୍ୱର ଦୋରା ଗତକାଲି ସନ୍ଧ୍ୟାରେ ନିଜ ଛେଳି ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ । ହେଲେ ପୂର୍ବରୁ ବାରହା ଶୀକାର ପାଇଁ ବସା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ସାନ ଭାଇ ନରସିଂହଙ୍କର ମୃତ୍ୟୁ ହୋଇଥିବା ବେଳେ ବଡ ଭାଇ ନାଗେଶ୍ୱର ଗୁରୁତର ଆହତ ହୋଇଥିଲେ । ପ୍ରଥମେ ଗୁରୁତରଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ବ୍ରହ୍ନପୁର ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା ।