ବାପାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ଦୁଇ ପୁଅଙ୍କ ମଧ୍ୟରେ ବିବାଦ । ବିବାଦ ଏତେ ବଢିଯାଇଥିଲା ଯେ ଶେଷରେ ପିତାଙ୍କ ଶୀରକୁ ଦୁଇ ଖଣ୍ଡ କରି କାଟିବାକୁ ନିଷ୍ପତ୍ତି ନେଇଥେôଲ ଦୁଇ ପୁଅ । ମଧ୍ୟପ୍ରଦେଶ ଟିକାମଗଡ ଜିଲ୍ଲାର ଲିଧୁରା ତାଲ ଗାଁରୁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ।
ପ୍ରକୃତରେ ସୋମବାର ସକାଳେ ଲିଧୁରା ତାଲର ବାସିନ୍ଦା ୮୫ ବର୍ଷିୟ ଧନୀ ସିଂ ଘୋଷଙ୍କର ଦେହାନ୍ତ ହୋଇଥିଲ । ମୃତ୍ୟୁ ପରେ ତାଙ୍କ ସାନ ପୁଅ ଦାମୋଦର ପିତାଙ୍କ ଅନ୍ତିମ ସଂସ୍କାର ଗାଁ ଲୋକଙ୍କ ସହାୟତାରେ ପ୍ରସ୍ତୁତି ଶେଷ କରିଥିଲେ ।
ସେପଟେ ଖବର ପାଇ ଦାମୋଦରଙ୍କ ବଡ ଭାଇ କିଶନ ସିଂ ଆସି ପହଞ୍ଚିଥିଲେ । ହେଲେ ବଡ ଭାଇଙ୍କୁ ପିତାଙ୍କ ଶେଷକୃତ୍ୟ କରିବାକୁ ଅନୁମତି ଦେଇନଥିଲେ ଦାମୋଦର । ସେ କହିଥିଲେ ଯେ ତାଙ୍କ ପିତା ତାଙ୍କ ସହ ରହୁଥିଲେ ଏବଂ ସେ ତାଙ୍କର ସେବା କରିଥିଲେ। ତେଣୁ ସେ ତାଙ୍କ ପିତାଙ୍କ ଶେଷ ରୀତିନୀତି କରିବେ। ଏହି ପ୍ରସଙ୍ଗରେ ଦୁଇ ପୁଅଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ଯାହାଫଳରେ ବାପାଙ୍କ ମୃତଦେହ ମଧ୍ୟ ଘର ବାହାରେ ରଖାଯାଇଥିଲା।
ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ଯେ ଜଣେ ଭାଇ ଜିଦ୍ ଧରିଥିଲେ ଯେ ତାଙ୍କ ପିତାଙ୍କ ଶରୀରକୁ ଦୁଇ ଖଣ୍ଡରେ କାଟି ଦିଆଯାଉ, ଯାହାଫଳରେ ସେ ଗୋଟିଏ ଅଂଶର ଶେଷ ରୀତିନୀତି କରିପାରିବେ ଏବଂ ତାଙ୍କ ଭାଇ ଅନ୍ୟ ଅଂଶର ଶେଷ ରୀତିନୀତି କରିପାରିବେ । ଗାଁର ଲୋକ ଏବଂ ସମ୍ପର୍କୀୟମାନେ ଉଭୟ ଭାଇଙ୍କୁ ଏକତ୍ର କରି ନିଜ ପିତାଙ୍କ ଶେଷ ରୀତିନୀତି କରିବାକୁ ମନାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ବଡ଼ ଭାଇ କିଶାନ ଏଥିପାଇଁ ଆଦ ପ୍ରସ୍ତୁତ ନଥିଲେ। ଫଳରେ ପୋଲିସକୁ ସୂଚନା ଦିଆଯାଇଥିଲା। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଭାଇଙ୍କୁ ଶେଷ ରୀତିନୀତି ପାଇଁ ନିଶ୍ଚିତ କରିଥିଲା