କାବୁ ହେଲେ ଦୁଇ ବ୍ରାଉନ ସୁଗାର ମାଫିଆ : ୫.୫ଗ୍ରାମ ଓଜନର ବ୍ରାଉନସୁଗାର, ଦୁଇଟି ମୋବାଇଲ ଫୋନ ଜବତ

0

ଭୁବନେଶ୍ୱର : କାବୁ ହେଲେ ଦୁଇ ବ୍ରାଉନ ସୁଗାର ମାଫିଆ | ଏକ ସ୍ପେଶାଲ ଟିମ ଜଟଣୀ ଅନ୍ତର୍ଗତ କୁଦିଆରୀ ଏମ.ଇ ସ୍କୁଲ ପଡିଆରେ ଅତର୍କିତ ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳରୁ କାବୁ କରିଛି | ଏଥି ସହିତ ତାଙ୍କ ନିକଟରୁ ମୋଟ ୫.୫ଗ୍ରାମ ଓଜନର ବ୍ରାଉନସୁଗାର, ଦୁଇଟି ମୋବାଇଲ ଫୋନ ଏବଂ ଏକ ହୀରୋ ପ୍ୟାସନ-ପ୍ରୋ ମୋଟରସାଇକେଲ ଜବତ କରିଛଇ ପୋଲିସ | ପଚରା ଉଚରା ସମୟରେ ଉଭୟ ଅଭିଯୁକ୍ତ, ଏହି ବ୍ରାଉନସୁଗାରକୁ ବାଲେଶ୍ବର ଜିଲ୍ଲାରୁ ଆଣି ଜଟଣୀ ଅଞ୍ଚଳର ସାଧାରଣ ଲୋକଙ୍କୁ ବେଆଇନ ଭାବେ ବିକ୍ରି କରୁଥିବା କଥା ସ୍ଵୀକାର କରିଥିଲେ ।

ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ଲୋକନାଥ ମହାପାତ୍ର ଓରଫ ଲୋକାଙ୍କ ନାମରେ ପୂର୍ବରୁ ମଧ୍ୟ ଜଟଣୀ ଥାନାରେ ୨ଗୋଟି ମାମଲା ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।