ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ କୋଣାର୍କ ଅବକାରୀ ଥାନା ଉପନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ଗୋଠ ଚୌକ ଛକ ଠାରେ ଚଢ଼ାଉକରି ଗୋପ ଥାନା ଅଧୀନ ବାୟାଳିଶି ବାଟି ଗ୍ରାମର ଦୁଇ ଜଣ ହେରୋଇନ ବ୍ୟବସାୟୀ ତ୍ରିନାଥ ଭୋଇ ଏବଂ ନାରାୟଣ ଭୋଇଙ୍କୁ ଗିରଫ କରି ତାଙ୍କ ଠାରୁ ୪୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏବଂ କୋଣାର୍କ ଅବକାରୀ ଥାନାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କକ୍ଷରଗକ୍ଷରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୪ ୪ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ମନୁମାନ କରାଯାଉଛି । ଏହି ଚଢ଼ାଉରେ ଅବକାରୀ ଏସଆଇ ଶ୍ରୀମତି ସ୍ୱୟଂପ୍ରଜ୍ଞା ସୁଭଦର୍ଶିନୀ ନାୟକ, ଏସଆଇ ଶ୍ରୀ ନାରାୟଣ ବେହେରା, ଏଏସଆଇ ଶ୍ରୀ ଲୋକନାଥ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାୟକ, ଅବକାରୀ କର୍ମଚାରୀ ଆଶିଷ କୁମାର ପ୍ରଧାନ, ସେକ ୱାରିସ, ପ୍ରବୀନ ବିରାଜ କିରୋ ପ୍ରମୁଖ ସାମିଲ ଥିଲେ ।