ଗୁପକାର ସହ ହାତ ମିଳାଇଲେ କଂଗ୍ରେସର ଦୁଇ ନେତା

0

ଶ୍ରୀନଗର: ଗୁପକାର ମେଣ୍ଟ ସହ ହାତ ମିଳାଇଲେ ଜମ୍ମୁ କାଶ୍ମୀର କଂଗ୍ରେସର ନେତା । ପିଡିପି ମୁଖ୍ୟ ମେହବୁବା ମୁଫ୍ତୀଙ୍କ ଘରଫୈୟାରଭ୍ୟୁରେ ଅନୁଷ୍ଠିତ ଗୁପକାର ବୈଠକରେ କଂଗ୍ରେସର ଦୁଇ ନେତା ସାମିଲ ହୋଇଛନ୍ତି । ବୈଠକକୁ ନେଇ କଂଗ୍ରେସ ନେତା ଗୁଲାମ ନବୀ ମଙ୍ଗୋ କହିଛନ୍ତି, ଆମେ ମେଣ୍ଟ ସହ ରହିଛୁ । ବୈଠକରେ ଏକ ସୁସ୍ଥ ଆଲୋଚନା ହୋଇଛି । ଏହି ବୈଠକ ପରେ ପିଏଜିଡି ନେତାମାନେ ସେଠାର କଂଗ୍ରେସ ମୁଖ୍ୟାଳୟରେ ନୱା ଇ ସୁବାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକକୁ ନେଇ ନାସନାଲ କଂଗ୍ରେସର କ୍ଷେତ୍ରୀୟ ସଭାପତି ନାସିର ଅସଲାମ ୱାନି କହିଛନ୍ତି, ମେଣ୍ଟର ଅଂଶୀଦାର ହେବାକୁ ପ୍ରତିଶ୍ରୁତି ଦେଇଛି ଓ ଡିଡିସି ନିର୍ବାଚନ ପାଇଁ ଆସନ ବୁଝାମଣା ପାଇଁ ମଧ୍ୟ ରାଜି ଅଛି ।
ଏହି ଗୁଫକାର ମେଣ୍ଟ ବିଜେପି ତଥା ଧାରା ୩୭୦ ଉଚ୍ଛେଦ ବିରୋଧରେ କଶ୍ମୀରର ରାଜନୈତିକ ଦଳ ସାମିଲ ହୋଇଛନ୍ତି । ଏଥିରେ ନାସନାଲ କଂଗ୍ରେସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱ ନେଇଥିବା ବେଳେ ମେହବୁବା ମୁଫ୍ତୀ ଉପାଧ୍ୟକ୍ଷା ରହିଛନ୍ତି ।