(ମମତା ସାମଲ)ରିପୋର୍ଟସଟୁଡେ: ଜଳମଗ୍ନ ମାୟାନଗରୀ । ଲଗାଣ ବର୍ଷାରେ ୩୯ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷାରେ ଆଜି ଏଠାରେ ଥିବା ଡ୍ୟାମ ଭୁଶୁଡିଛି । ଡ୍ୟାମରୁ ନିର୍ଗତ ବନ୍ୟା ଜଳରେ ୨୩ ଜଣ ନିଖୋଜ ଅଛନ୍ତି । ଡ୍ୟାମ ଭୁଶୁଡ଼ିବାରୁ ୭ଟି ଗାଁ ଜଳମଗ୍ନ ହୋଇଛି । ଅଚାନକ ହୋଇଥିବା ଦୁର୍ଘଟଣାରେ ୨୩ ଜଣ ନିଖୋଜ ଥିବା ବେଳେ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ମଙ୍ଗଳବାର-ବୁଧବାର ବିଳମ୍ବିତ ରାତିରେ ଡ୍ୟାମ ଭାଙ୍ଗିବା ପରେ ଆଖପାଖ ଅଚଂଳରେ ଅଚାନକ ବନ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ପ୍ରଶାସନ, ପୋଲିସ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉଦ୍ଧାର କାମରେ ଲାଗିଛନ୍ତି । ଏତଦ ବ୍ୟତୀତ ଏନଡିଆରଏଫ ଟିମ ମଧ୍ୟ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଛି । ଉଦ୍ଧାର ହୋଇଥିବା ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ମହାରାଷ୍ଟ୍ରର ଉପକୂଳ ଅଂଚଳର ଆକାଶରେ ବାଦଲ ବୁଲୁଛି । ଏହାରି ପ୍ରଭାବରେ ଦକ୍ଷିଣ ଗୁଜୁରାଟ ଓ ଆଖପାଖ ଅଂଚଳରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରୁଛି ।