ଟାଙ୍ଗୀ/ରାକେଶ ଜଗଦେବ : କଥାରେ ଅଛି ଯଦି କ୍ଷୀର ଖାଇବାକୁ କରିବ ଇଛା ତେବେ ଘରେ ଥିବ ଗାଇ, ଯଦି ଶତ୍ରୁ ସହ କରିବ ଯୁଦ୍ଧ ତେବେ ସାଥେ ଥିବ ଭାଇ | ଯାହାକୁ କରି ଦେଖାଇଛନ୍ତି ଏହି ଦିବ୍ୟାଙ୍ଗ ଦୁଇ ଭାଇ | ଦୁଇ ଭାଇ ସୁଦୂର ଆନ୍ଧ୍ରପ୍ରଦେଶରୁ ପୁରୀ ଅଭିମୁଖେ ବାହାରିଛନ୍ତି | ଇଛା ଅଛି ଜଗା ଦର୍ଶନ ଅରିବା ପାଇଁ | ଏଣୁ ଏତେ ବାଟରୁ ଦୁଇ ଭାଇ ପରସ୍ପରଙ୍କର ସାହାରା ସାଜି ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ଆଗେଇ ଚାଲିଛନ୍ତି | ଦୁଇ ଭାଇ ଦିବ୍ୟାଙ୍ଗ ହେଲେ ବି ତାଙ୍କ ମନୋବଳ ଆଗରେ ସବୁ ବାଧା ବିଘ୍ନ ଯେମିତି ତୁଚ୍ଛ ହୋଇଯାଇଛି | ଏହି ଦୁଇ ଭାଇଙ୍କ ଭିଡିଓ ଏବେ ବେଶ ଭାଇରଲ ହେବାରେ ଲାଗିଛି |