ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା,୨ମୃତ

0

(ମମତା ସାମଲ)ରିପୋର୍ଟସଟୁଡେ: କନ୍ଧମାଳ କଳିଙ୍ଗା ବଦିଙ୍ଗିଆ ଘାଟିରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜି.ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ପୁରୁଷୋତ୍ତମପୁରରୁ ଚକାପାଦ ଯିବାବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ସେହିପରି କେନ୍ଦୁଝର ବାମେବାରୀ ଥାନା ଅନ୍ତର୍ଗତ ପଳସା ଘାଟିରେ ଭାରସାମ୍ୟ ହରାଇ ଏକ ଟ୍ରକ ଓଲଟି ପଡିଛି । ଫଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।