କୋଲକାତା ଆଲିପୁର ଚିଡିଆଖାନାରୁ ନନ୍ଦନକାନନକୁ ଆସିଛନ୍ତି ଦୁଇ ଜିରାଫ

0

ଭୁବନେଶ୍ୱର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଦୀର୍ଘ ବର୍ଷ ଧରି ଏକୁଟିଆ ଥିବା ଖୁସିକୁ ମିଳିଲା ସାଥୀ । କୋଲକାତା ଆଲିପୁର ଚିଡିଆ ଖାନାରୁ ନନ୍ଦନକାନନକୁ ଆସିଛନ୍ତି ଦୁଇ ଜିରାଫ । ଦୁହିଁଙ୍କୁ ଆଣିବାକୁ ଗୋଟେ ସ୍ୱତନ୍ତ୍ର ଦଳ ଓଡିଶାରୁ ଯାଇଥିଲେ । ସେମାନେ ୩୧ ଅଗଷ୍ଟରେ ଅଲିପୁରରୁ ବାହାରି ଗୋଟେ ୧୬.୫ ଫିଟ ଉଚ୍ଚ ବାକ୍ସର ବ୍ୟବସ୍ଥା କରାଯାଇଥିଲା ।ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ରହିଛି।
ଏହି ଦୁଇ ଜିରାଫ ଆସିବା ପରେ ନନ୍ଦନକାନନରେ ଜିରାଫଙ୍କ ସଂଖ୍ୟା ୩ରେ ପହଞ୍ଚିଛି।ଯାହାକୁ ଦୀର୍ଘ ୨୫ ଘଣ୍ଟା ଯାତ୍ରା କରି ୨୫ କିମି ବେଗରେ ଆସି ନନ୍ଦନକାନନ ଜିୟୋଲୋଜିକାଲ ପାର୍କରେ ପହଁଚିଲେ । ବର୍ତ୍ତମାନ ଦୁଇ ଜିରାଫକୁ କ୍ୟେରେନଟାଇନରେ ରଖାଯାଇଛି । ସ୍ୱତନ୍ତ୍ର ଟିମ ତାର ଖାଦ୍ୟ, ରହଣି, ସ୍ୱାସ୍ଥ୍ୟ ଅବସ୍ଥାର ଅନୁଧ୍ୟାନ କରୁଛନ୍ତି । ଏହା ପୂର୍ବରୁ ୨୦୦୮ରେ ଅଲିପୁରରୁ ଗୋଟେ ଜିରାଫକୁ ଅଣାଯିବା ବେଳେ ବାଟରେ ଇଲେକ୍ଟ୍ରି ତାର ଲାଗି ତା’ର ମୃତ୍ୟୁ ହେଇଥିଲା। ପୁଣି ୨୦୧୬ ଆଉ ଗୋଟେ ପୁରୁଷ ଜିରାଫକୁ ନନ୍ଦନକାନନ ଅଣାଯାଇଥିଲା। କିନ୍ତୁ ସେ ଛଅ ଦିନ ଭିତରେ ରୋଗରେ ଆକ୍ରାନ୍ତ ହୋଇ ମରିଯାଇଥିଲା।