ଗଞ୍ଜେଇ ଚୋରା ଚାଲାଣ ବେଳେ ୨୧କେଜି ଗଞ୍ଜେଇ ସହ ଦୁଇଗିରଫ

0

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ବିଷମ କଟକ ପୁଲିସ ବିଷମ କଟକ ରେଳ ଷ୍ଟେସନ୍ ନିକଟ ରେ ଥିବା ଚାଟିକୋଣା ହାଟପଦା ନିକଟ ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ୍ କୁ ଦେଖି ଦୋଉଡି ପଳେଇ ଯାଇଥିଲେ , ପୋଲିସ୍ କୁ ସନ୍ଧୟ ହେବାରୁ ପୁଲିସ୍ ଏହି ଦୁଇ ଜଣଙ୍କୁ ପିଛା କରିଥିଲା , ପରେ ପୁଲିସ୍  ଗଞ୍ଜେଇ ସହ ଦୁଇଜଣ ଗଞ୍ଜେଇ ବ୍ୟବସାୟୀ ଙ୍କୁ ଗିରଫ କରିଛି । ସୂଚନା ଯୋଗ୍ୟଯେ ଗଞ୍ଜେଇ ବ୍ୟବସାୟୀ ମାନେ ଫୁଲବାଣିରୁ ଗଞ୍ଜେଇ ଆଣି କେରଳ ନେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ପୋଲିସ୍ ହାତରେ ଧରାପଡିଛନ୍ତି । ଖବରୁ ରୁ ପ୍ରକାଶ ଯେ ଗତକାଲି ଅପରାହ୍ନରେ ବିଷମ କଟକ ଥାନା ଏସ୍.ଆଇ ପ୍ରଶନ୍ନ ନାୟକ ଙ୍କ ନେତୃତ୍ୱରେ ଏକ ଟିମ୍ ଗୋତିଗୁଡା ଠାରୁ ଚାଟିକୋଣା ଅଂଚଳରେ ଗାଡି ଯାଞ୍ଚ କରୁଥିବା ବେଳେ ଚାଟିକୋଣା ହାଟପଦାରେ ଦୁଇଜଣ ବ୍ୟକ୍ତି ଦୁଇଟି ଜରିବସ୍ତ ଧରି ଥିବା ରୁ ପୋଲିସ୍ ସଂନ୍ଦେହ କରି ଉଭୟଙ୍କୁ ପଚରାଉଚାର କରିବା ସହ ବସ୍ତା ଗୁଡିକ ଯାଂଚ କରିଥିବା ରୁ ସେଥିରେ ଗଞ୍ଜେଇ ରହିଥିବା ଜାଣିପାରିଥିଲେ । ପରେ ଉଭୟ ଙ୍କୁ ବିଷମ କଟକ ଥାନା କୁ ଆଣି ପଚରାଉଚାର କରିବା ସହ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିଥିଲେ । ଦୁଇ ବସ୍ତାରେ ୨୧କିଲୋ ଗଞ୍ଜେଇ ୬୩ ହଜାର ଟଙ୍କା ରହିଥିବା ବେଳେ ସେମାନେ ଫୁଲ ବାଣି ଅଞ୍ଚଳରୁ ଆଣି ଚାଟିକୋଣା ରୁ ଟ୍ରେନ୍ ଯୋଗେ କେରଳ ଯିବାର ଥିବା ପ୍ରକାଶ କରିଛନ୍ତି । ଗିରଫ ଦୁଇ ବ୍ୟବସାୟୀ ହେଲେ ଉତ୍ତରପ୍ରଦେଶ ରାଜ୍ୟର ବୁରାହ୍ନ୍ ଏହେମଦ୍(୨୬) ଏବଂ ପଶ୍ଚିମ ବଙ୍ଗ ରାଜ୍ୟ ମହମ୍ମଦ ରବି (୨୩) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।