ପୋଲିସ ଉପସ୍ଥିତିରେ ଗ୍ରାମସଭାରେ ତୁମୁଳକାଣ୍ଡ

0

ପୁରୀ: ଗ୍ରାମସଭା ରେ ଦୁଇ ଗୋଷ୍ଠୀ ମୁଁହାମୁହିଁ, ଗଣ୍ଡଗୋଳ, ଅଧାରୁ ବନ୍ଦ ହେଲା ଗ୍ରାମସଭା ପୁଣି ପୋଲିସ୍, ବ୍ଲକ ବିଡ଼ିଓ, ବ୍ଲକ ଅଧ୍ୟକ୍ଷ ଙ୍କ ଉପସ୍ଥିତିରେ ଘଟିଛି ଘଟଣା । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାଣ୍ଡରା ପଂଚାୟତ ଗ୍ରାମ ସଭା ଚାଲି ଥିବା ବେଳେ କଥା କଟକଟି କୁ ନେଇ ହତାହାତି ହେଲେ ଦୁଇ ଗୋଷ୍ଠୀ । ଗତକାଲି ୧୨ଟା ସମୟ ରେ ସାଣ୍ଡ ରା ପଂଚାୟତ ରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି ଗ୍ରାମସଭା ଆଲୋଚନା ରେ ଭାଗ ନେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ   ଯୋଗ୍ୟ ହିତାଧିକାରୀ ଚୟନ କୁ ନେଇ ଆଲୋଚନା ସମୟରେ ପରିସ୍ଥିତି ଅନାୟତ୍ତ ହୋଇଥିଲା ବେଳେ ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ । ଗଣ୍ଡଗୋଳ ରେ ଗ୍ରାମସଭା ରେ ଉପସ୍ଥିତ ଥିବା ସତ୍ୟବାଦୀ ବ୍ଲକ ର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିକ୍ରମ ଜେନା ଆକ୍ରମଣ ର ଶୀକାର ହୋଇଥିଲା ବେଳେ ଲୋକଙ୍କ ମଧ୍ୟରେ ମାଡ଼ ପିଟ ହୋଇଥିଲା, ପୁଣି ପୋଲିସ ଉପସ୍ଥିତ ରେ । ସୂଚନା ଥାଉକି ଗତକାଲି ଏହି ଗ୍ରାମ ସଭା ରେ ବ୍ଲକ ବିଡ଼ିଓ ଲୋଚନ ଦାଶ, ବ୍ଲକ ଅଧକ୍ଷ ସୁନୀଲ ପଣ୍ଡା ଙ୍କ ସମେତ ବ୍ଲକ ର ବହୁ ଅଧିକାରୀ ଉପସ୍ଥିତ ଥିବା ବେଳେ ଗଣ୍ଡଗୋଳ କାରଣ ରୁ ଗ୍ରାମସଭା ବନ୍ଦ କରାଯାଇ ଥିଲା । ଗଣ୍ଡଗୋଳ ରେ ସମ୍ପୁକ୍ତ ଥିବା ଅଭିଯୋଗ ରେ ଜଣ କୁ ସତ୍ୟବାଦୀ ପୋଲିସ ଅଟକ ରଖିଥିବା ର ସୂଚନା ରହିଥିବା ବେଳେ ଏ ନେଇ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।