କଳାହାଣ୍ଡି : କଥା ଥିଲା ସାଥି ହୋଇ ଉଭୟ ରହିବେ ଆଉ ସାଥି ହୋଇ ଜୀବନ ଦେବେ। ରହି ତ ପାରିଲେନି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ । କଳାହାଣ୍ଡି କେସିଙ୍ଗା ତେଲ ନଦୀ ରେଳ ବ୍ରିଜରେ ମାଲ ବାହୀ ଟ୍ରେନ ଯାଉଥିବା ବେଳେ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରେମିକା ନାବାଳିକାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଯୁବକ ଘନ ଶ୍ୟାମ ବାଗ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଟିଟିଲାଗଡ ରେ ମୃତ୍ୟୁ ସହ ସଂଗ୍ରାମ କରୁଛିନ୍ତି। ଯୁବକ ଯୁବତୀ କେସିଙ୍ଗା ଥାନା ଅନ୍ତର୍ଗତ ଭିନେକେଲା ଗ୍ରାମର ବୋଲି ଜଣାପଡ଼ିଛି । ଟିଟିଲାଗଡ଼ ଜିଆରପି ଏହି ଘଟଣାଟି ତଦନ୍ତ ଚଳାଇଛି । ସେଥିରୁ ଯାହା ଜଣାପଡିଛି, ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରିବାରୁ ପ୍ରେମୀ ଯୁଗଳ ଚରମ ନିଷ୍ପତ୍ତି ନେଲେ।
ସୂଚନାନୁସାରେ, ଟିଟିଲାଗଡ଼ ଜିଆରପି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରିବାରୁ ଦୁଇ ପ୍ରେମୀ ଯୁଗଳ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି । ତେବେ ପ୍ରକତ କଥା ଜଣାପଡିନାହିଁ। କେଉଁ ପରିସ୍ଥିତିରେ ଯୁବକ ଯୁବତୀ ଦୁଇ ଜଣ ଟ୍ରେନ ଲାଇନରେ ଆତ୍ମହତ୍ୟା କରିବା ପାଇଁ ଆସିଥିଲେ ନା ଅନ୍ୟ କ’ଣ ଏହା ତଦନ୍ତ ପରିସରଭୁକ୍ତ।