(ସୋମ୍ୟ ରଜଂନ ସେଠୀ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମୂଳବସନ୍ତ ବନ୍ଧସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ସାପ କାମୁଡାରେ ୨ ଭାଇଙ୍କର ମୃତ୍ୟୁହୋଇଛି । ମୃତକ ଦୁଇ ଜଣ ହେଲେ ପ୍ରଭାକର ସାହୁଙ୍କ ପୁଅ ଉଦୟ ସାହୁ ଓ କୁର୍ତ୍ତିବାସ ସାହୁ ।
ଗତକାଲି ରାତିରେ ଦୁଇ ଭାଇ ଶୋଇଥିବା ପ୍ରଥମେ ଗୋଟିଏ ଭାଇକୁ ସାପ କାମୁଡ଼ିବାରୁ ସେ ଜୋର୍ ଚିତ୍କାର କରିଥିଲା । ଏହା ପରେ ଆଉ ଗୋଟିଏ ଭାଇକୁ ମଧ୍ୟ ସାପ କାମୁଡ଼ିଥିଲା । ପରିବାର ଲୋକ ଆସି ଦେଖିଥିଲେ ଦୁଇ ଭାଇଙ୍କ ନିକଟରେ ଏକ ବିଷଧର ସାପ ଥିଲା । ଦୁଇ ଭାଇଙ୍କୁ ପରିବାର ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏକାସଙ୍ଗରେ ଦୁଇ ପୁଅଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ଭାଙ୍ଗି ପଡ଼ିଥିବାବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଁଚି ଥିବା ସୂଚନା ମିଳିଛି ।