ଭୁଆସୁଣୀଗଡରୁ ୨ ମୃତ ଦେହ ଉଧାର

0

(ସୌମ୍ୟ ରଜନ ସେଠୀ) : କଟକ ବିଡାନାସୀ ଭୁଆସୁଣୀଗଡାରୁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦୁଇଜଣ ମଙ୍ଗଳବାର ଠାରୁ ନିଖୋଜ ହୋଇଯାଇଥିଲେ। ମୃତକ ଦୁଇ ଜଣ ହେଲେ ଦେବାଶିଷ ବେହେରା (୮), ମାନସ ନାୟକ (୧୨)। ଉଭୟ ମୃତକ ବିଡାନାସୀ କୃଷକ ବଜାରର ବୋଲି ଜଣା ପଡିଛି। ଗୁରୁବାର ସକାଳେ ସେମାନଙ୍କ ମୃତଦେହ ଭୁଆସୁଣୀଗଡା ନିକଟରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।