ନୂଆଦିଲ୍ଲୀ-: ପୁଣି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ୍ କରାଯାଇଛି । ଦିଲ୍ଲୀରୁ ପ୍ୟାରିସ୍ ଯିବାକୁ ଥିବା ବିମାନ ରଦ୍ଦ ହୋଇଥିବା ବେଳେ ପ୍ୟାରିସ୍ରୁ ଦିଲ୍ଲୀ ଆସିବାକୁ ଥିବା ବିମାନ ମଧ୍ୟ ରଦ୍ଦ ହୋଇଛି । ଏଆଇ-୧୪୩ ଓ ଏଆଇ-୧୪୨ ବିମାନ ବାତିଲ ହୋଇଛି । ଉଭୟ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ ରଦ୍ଦ ହୋଇଥିବା ସୂଚନା ମିଳିଛି ।
ଅହମ୍ମଦାବାଦ ଦୁର୍ଘଟଣା ପରେ ଏବେ କ୍ରମାଗତ ଭାବେ ଏୟାର ଇଣ୍ଡିଆର ବୋଇଂ ବିମାନ ଗୁଡିକରେ ତୃଟି ବାରମ୍ବାର ଦେଖିବାକୁ ମିଳିଛି। ଏହାର ସଦ୍ୟ ଉଦାହରଣ ସ୍ୱରୂପ ଆଜି ହଂକଂରୁ ଦିଲ୍ଲୀ ଆସୁଥିବା ବୋଇଁ ୭୮୭-୮ ବିମାନ ଯାନ୍ତ୍ରୀକ ତୃଟି କାରଣରୁ ପୁନର୍ବାର ହଂକଂକୁ ପ୍ରତ୍ୟାବର୍ତ୍ତନ କରାଯାଇଥିବା ଓ ଜରୁରୀ ଅବତରଣ କରିଥିବା ବିମାନ। ସୂତ୍ର ଅନୁସାରେ, ବୋଇଂ ୭୮୭-୮ ଡ୍ରିମଲାଇନର ଦ୍ୱାରା ପରିଚାଳିତ ବିମାନ ଏଆଇ୩୧୫ ନିର୍ଦ୍ଧାରିତ ସମୟ ଅନୁସାରେ ହଂକଂରୁ ଉଡ଼ାଣ କରିଥିଲା, କିନ୍ତୁ ପାଇଲଟ୍ ବିମାନରେ ସମ୍ଭାବ୍ୟ ତ୍ରୁଟି ଲକ୍ଷ୍ୟ କରିବା ପରେ ଅଧା ରାସ୍ତାରୁ ହଂକଂ ଫେରିବାକୁ ପଡିଲା।