(ରିପୋର୍ଟସ ଟୁଡ଼େ/ଭୁବନେଶ୍ୱର):ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ସିବିଆଇ (ଆର୍ଥିକ ଅପରାଧ – ଠ୧୧) ଭୁବନେଶ୍ୱର ଶାଖାର ଏସପି ଶ୍ରୀ ଜୟନାରାୟଣ ରଣା ଓ ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ସାମଲ ରାଷ୍ଟ୍ରପତିଙ୍କ ଠାରୁ ପୁଲିସ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସିବିଆଇ ଭୁବନେଶ୍ୱର କାର୍ୟ୍ୟାଳୟରେ ଆର୍ଥିକ ଅପରାଧ ଶାଖା – ଠ୧୧ ରେ ଅବସ୍ଥାପିତ ଶ୍ରୀ ରଣା ଏବେ ସୁପିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅତି ଗୁରୁତ୍ୱପୂର୍ଣ୍ଣ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ସମ୍ଭାଳିଛନ୍ତି।
୧୯୮୩ ମସିହାରେ ସିବିଆଇରେ ଯୋଗ ଦେଇଥିବା ଶ୍ରୀ ରଣା ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀରୁ ପ୍ରଶିକ୍ଷଣ ପ୍ରାପ୍ତ ହୋଇ ଅନେକ ଦୁର୍ନୀତି ବିରୋଧୀ ଏବଂ ଆର୍ଥିକ ତଥା ଅପରାଧିକ ମାମଲାର ତଦନ୍ତ କରିଛନ୍ତି।
ଭୁବନେଶ୍ୱରର ଇନ୍ସପେକ୍ଟର ଶ୍ରୀ ସଞ୍ଜୟ କୁମାର ସାମଲଙ୍କୁ ଭାରତୀୟ ପୁଲିସ ମେଡାଲ ମିଳିଛି। ୧୯୯୫ ମସିହାରୁ ସେ ସିବିଆଇରେ କାର୍ୟ୍ୟରତ। ସିବିଆଇର ଜଣେ କର୍ମଠ ଓ ସତ୍ୟନିଷ୍ଠ ଅଧିକାରୀ ଭାବେ ପରିଚିତ ।