ଭାରତର ଦୁଇ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଗିରଫ

0

ଆତଙ୍କବାଦ ବିରୋଧରେ ସଫଳତା ହାସଲ କରିଚାଲିଛି ଭାରତ । ଭାରତର ଦୁଇ ମୋଷ୍ଟୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଘଓଇ ଦ୍ୱାରା ମୁମ୍ବାଇ ଏୟାରପୋର୍ଟରୁ ୨ଆତଙ୍କବାଦୀ ଗିରଫ ହୋଇଛନ୍ତି । ଉଭୟ ଆତଙ୍କବାଦୀ ହେଉଛନ୍ତି ଅବଦୁଲ୍ଲା ଫୈଜ ଶେଖ ଓ ତଲହା ଖାନ । ଏହି ଉଭୟ ଆତଙ୍କବାଦୀ ଇଣ୍ଡୋନେସିଆର ଜାକର୍ତ୍ତାରେ ଲୁଚି ରହିଥିଲେ । ଭାରତ ଫେରିବା ପରେ, ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦରରେ ଇମିଗ୍ରେସନ ବିଭାଗ ଅଟକାଇଥିଲା । ଏହା ପରେ ଘଓଇ ତାଙ୍କୁ ଗିରଫ କରିଥିଲା ।
ସୂଚନା ଅନୁଯାୟୀ, ଉଭୟ ଆତଙ୍କବାଦୀଙ୍କ ନାମରେ ୨୦୨୩ ପୁଣେ ଆଇଇଡି ମାମଲାରେ ଅଭିଯୁକ୍ତ । ଏଥିରେ ତାଙ୍କ ବିରୁଦ୍ଧରେ ବୋମା ତିଆରି ଓ ପରୀକ୍ଷଣ କରିବା ଭଳି ଅଭିଯୋଗ ଅନ୍ତର୍ଭୁକ୍ତ । ଦୁହେଁ ଭାରତରେ ଆତଙ୍କବାଦୀ ସଂଗଠନ ଓଝଓଝର ସ୍ଲିପର ସେଲ୍। ଏନଆଇଏ ସ୍ୱତନ୍ତ୍ର କୋର୍ଟ ଉଭୟଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ତେବେ ଏହି ଦୁଇ ଆତଙ୍କୀଙ୍କ ସମ୍ବନ୍ଧରେ ଯିଏ ସୂଚନା ଦେବେ ପ୍ରତ୍ୟେକଙ୍କ ପାଇଁ ମଧ୍ୟ ୩ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଆତଙ୍କୀ ଲିଙ୍କରେ ଜାମ୍ମୁ କାଶ୍ମୀରରେ ରେଡ୍ । ଜାମ୍ମୁ କାଶ୍ମୀର ଏକାଧିକ ସ୍ଥାନରେ ରେଡ୍ । ଗାନ୍ଦରବଲ ଅଂଚଳରେ ଚାଲିଛି ରେଡ୍ ।