ଉତ୍ତରପ୍ରଦେଶ ବାରବାଙ୍କୀରେ ତିନି ମହଲା ବିଶିଷ୍ଟ କୋଠା ଭୁଷୁଡ଼ି ଦୁଇଜଣଙ୍କ ମୃତ୍ୟୁ

0

ଲକ୍ଷ୍ନୌ: ଭୁଷୁଡିଲା କୋଠା,୨ମୃତ। ତିନି ମହଲା ବିଶିଷ୍ଟ କୋଠା ଭୁଷୁଡ଼ି ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ଉତ୍ତରପ୍ରଦେଶ ବାରବାଙ୍କୀରେ । ଭୋର ପ୍ରାୟ ସାଢ଼େ ୩ଟା ବେଳେ ତିନି ମହଲା ବିଶିଷ୍ଟ କୋଠାଟି ଭୁଶୁଡ଼ି ପଡ଼ିଥିଲା । କୋଠାଟି ଭୁଶୁଡ଼ିବା ସମୟରେ ୧୯ଜଣ ଲୋକ ସେଠି କୋଠା ତଳେ ଫସି ରହିଥବା ସୂଚନା ମିଳିଥିଲା । ଖବରପାଇ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ରେସ୍କ୍ୟୁ ଅପରେସନ ଚଳାଇଥିଲେ। ଏବଂ ୧୨ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ୪ଜଣ ଲୋକ ପୂର୍ବରୁ କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଲୌକ୍ଷ୍ନ ହସ୍ପିଟାଲକୁ ନେଇକି ଯାଇଥିଲେ । ଯାହା ଫଳରେ ସେମାନେ ଏହି ଅଘଟଣରୁ ସୁରକ୍ଷିତ ରହିଥିଲେ । ତେବେ ଏହି ଭୁଷୁଡି ପଡିଥିବା ବିଲ୍ଡିଂ ତଳେ ୩ କିମ୍ବା ୪ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଭଙ୍ଗା ବିଲ୍ଡିଂ ତଳେ ଚାପି ହୋଇ ରହିଥିବା ୧୦ଜଣଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।