ଡ୍ରେନ କାମ ବେଳେ କାନ୍ଥ ଭୁଶୁଡି ଦୁଇ ଜଣ ଆହତ

0

ଭୁବନେଶ୍ୱର/ସରୋଜ କୁମାର ରାଉତ : ରାଜଧାନୀରେ କାନ୍ଥ ଭୁଶୁଡି ଦୁଇ ଜଣ ଆହତ | ଖଣ୍ଡଗିରି ଡୁମୁଡୁମା ରଘୁନାଥ ନଗରରେ କାନ୍ତ ଭୁଶୁଡି ଦୁଇଜଣ ଆହାତ | ରଘୁନାଥ ନଗରରେ ଥିବା ରାସ୍ତା କଡ ଡ୍ରେନ ପାଇଁଖୋଳା ଆରମ୍ଭ ହେଉଥିଲା | ଡ୍ରେନ ଖୋଳା କାମ ପାଇଁ ଛଅରୁ ସାତ ଜଣ ଶ୍ରମିକ କମ କରୁଥିଲେ | ହଠାତ ଡ୍ରେନକୁ ଲାଗିକି ଥିବା ଛ ଫୁଟର ଇଟାକାନ୍ଥ ଭୁସୁଡି ପଡିଥିଲା | କାନ୍ଥ କଡରେ କାମ କରୁଥିବା ଦୁଇ ଜଣଙ୍କ ଉପରେ କାନ୍ଥ ମାଡି ବସିଥିଲା | ଗୁରୁତ୍ତର ଦୁଇ ଶ୍ରମିକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏମ୍ସରେ ଭର୍ତି କରିଛନ୍ତି |