ପୋଡପିଠା ପୂଜାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ, ଭାଙ୍ଗିଲା ପୋଡ଼ହାଣ୍ଡି

0

ପୁରୀ: ପୋଡପିଠା ପୂଜାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ମହାଭାରତ। ମହାପ୍ରଭୁଙ୍କ ଅତିପ୍ରିୟ ପୋଡପିଠା ରଥରେ ପୂଜାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି। ମାଉସୀ ମାଆ ମନ୍ଦିରରେ ପୂଜକଙ୍କ ମଧ୍ୟରେ ଏହି ବିବାଦ ହୋଇଛି। ବିବାଦ ପରେ ଦୁଇ ସେବାୟତଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା ।

ଅନ୍ୟପକ୍ଷେ, ଜନ୍ମବେଦୀରେ ସରିଛି ମହାପ୍ରଭୁଙ୍କ ଲୀଳାଖେଳା । ମାଉସୀ ମା ମନ୍ଦିରରେ ନବଦିନାତ୍ମକ ଲୀଳା ଖେଳା ସାରି ନୀଳ କନ୍ଦରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧା ମୂରତି । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରରେ ଏକାଠି ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ । ବାହୁଡ଼ା ଯାତ୍ରାରେ ବାହୁଡ଼ିବା ପରେ ୩ ରଥ ଶ୍ରୀମନ୍ଦିର ସମ୍ମୁଖରେ ଏକାଠି ହୋଇଛନ୍ତି । ତେବେ ଆସନ୍ତା କାଲି ମହାପ୍ରଭୁଙ୍କ ସୁନା ବେଶ ମହଣ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ । ତେବେ କୋଭିଡ କାରଣରୁ ପ୍ରାୟ ୨ ବର୍ଷ ପରେ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଓ ରଥ ଉପରେ ରାଜାଧିରାଜ ବେଶକୁ ଦର୍ଶନ କରିବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି । ଏବଂ ସୁନାବେଶ ଦର୍ଶନକୁ ଚଳିତ ବର୍ଷ ରାତି ୧ଟା ପର୍ଯ୍ୟନ୍ତ ବୃଦ୍ଧି କରିଛି ।