ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଦୁଇଟି ବିବୃତି ଅତି ଦୁର୍ଭାଗ୍ୟଜନକ: ସଞ୍ଜୟ ଦାସବର୍ମା

0

ଭୁବନେଶ୍ୱର: ଗତ ମାସ 29 ରେ ଏକ ଅଭାବନୀୟ ଘଟଣା ଘଟିଲା କନ୍ଧମାଳ ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁ ରେ। ଏହା ସାରା ଦେଶକୁ ସ୍ତବ୍ଧ କରିଛି।  କାରଣ ସ୍ୱାଧୀନତାର 77 ବର୍ଷ ସହ ଖାଦ୍ୟ ସୁରକ୍ଷାଯୋଜନା କାର୍ଯ୍ୟକାରୀ ହେବା ସତ୍ୱେ ଖାଦ୍ୟ ଅଭାବରୁ ଲୋକ ମଲେ।  ଦୁଇ ଜଣେ କଟକରେ ICU ରେ ଅଛନ୍ତି।  ଏଭଳି ସମ୍ବେଦନଶୀଳ ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି।  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013 ସଂସଦରେ ଆଇଲା। କେହି ଖାଦ୍ୟ ଅଭାବରୁ ନ ମରନ୍ତୁ, ସେଥିପାଇଁ ଏହି ଆଇନ ଆସିଲା।  ଓଡ଼ିଶାରେ ବି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ କଲେ।  ଏଥିରେ 25 ଲକ୍ଷ ଲୋକ ସାମିଲ ହେଲେ।  ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ନିୟମ ଯେ ରାଜ୍ୟ ସରକାର ଏହାର କାର୍ଯ୍ୟକାରିତା ପାଇଁ ଉତ୍ତରଦାୟୀ।  ହିତାଧିକାରୀ ଚୟନରୁ ଖାଦ୍ୟ ବଣ୍ଟନ ଯାଏଁ ରାଜ୍ୟ ସରକାରଙ୍କ ଦାୟିତ୍ୱ। ଘରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ନିୟମ ରହିଛି। ହେଲେ ମାଣ୍ଡିପଙ୍କା ଗାଁରେ ଏହା ହୋଇନି। ଯେଉଁ ଆଠ ପରିବାର ପୀଡିତ ଅଛନ୍ତି, ସେମାନେ ଖାଦ୍ୟ ସୁରକ୍ଷା ଆଇନରୁ ବଂଚିତ ହୋଇଛନ୍ତି।  28.09.2024 ରେ ଖାଦ୍ୟ ବଣ୍ଟନ ନିର୍ଦେଶ ଦିଆଗଲା।  ଏଥିରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରର ବଣ୍ଟନ 25 ଦିନରେ ସାରିବାକୁ ନିର୍ଦେଶ ଦିଆଗଲା।  ହେଲେ ଅନାହାର ଓ ବିଷାକ୍ତ ଖାଦ୍ୟ ମୃତ୍ୟୁ ରାଜ୍ୟକୁ ଲଜ୍ଜା ଆଣିଛି।  ସରକାରୀ ଅର୍ଡର କାର୍ଯ୍ୟକାରୀ ହୋଇନି।  6 ଦିନ ବିତିଲାଣି।  ଗଣମଧ୍ୟମ ଓ ରାଜନୈତିକ ଦଳ ଆଗକୁ ଆସିବାରୁ, ବଣ୍ଟନ ପାଇଁ ପଦକ୍ଷେପ ନିଆଗଲା।  ଦୁଃଖ କଥା, ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁଛନ୍ତି। ଦୁର୍ଭାଗ୍ୟ ହେଉଛି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବୟାନ ଯେ ଅପପୁଷ୍ଟି ହୋଇନି।  ଦୁର୍ଭାଗ୍ୟ କଥା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଦୁଇଟି ବିବୃତି ଅତି ଦୁର୍ଭାଗ୍ୟଜନକ।  ଗୋଟେ ଆମ୍ବ ଟାକୁଆ କନ୍ଧମାଳ ଆଦିବାସୀଙ୍କ ଏହା ପାରମ୍ପରିକ ଖାଦ୍ୟ।  ଆମେ ଲଜ୍ଜିତ ଓ ମର୍ମାହତ।   ମନ୍ତ୍ରୀ ତୁରନ୍ତ କ୍ଷମା ମାଗନ୍ତୁ ନିଜ ଆଚରଣ ଓ ଉଚ୍ଚାରଣ ପାଇଁ।   ସବୁଠାରୁ ବିବାଦୀୟ ବିବୃତି ଗତକାଲି ଦେଲେ ଯେ ମାଣ୍ଡିପଙ୍କା ଗାଁର ଏହି ସବୁ ପରିବାର ପାଖରେ ପ୍ରଚୁର ପରିମାଣର ଖାଦ୍ୟ ସାମଗ୍ରୀ ଥିଲା।   ଏହାକୁ ଯେତେ କଡା ଭାଷାରେ ଗାଳି କଲେ ବି କମ ହେବ।  6 ଦିନ ହେଲାଣି।   କନ୍ଧମାଳ ଜିଲ୍ଲାପାଳ ତୁରନ୍ତ ଘଟଣା ସ୍ଥଳକୁ ଯାଆନ୍ତୁ।   ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଉତ୍ତମ ଚିକିତ୍ସା ଦିଆଯାଉ।   କେନ୍ଦ୍ର ସରକାର ଯେଉଁ ଖାଦ୍ୟ କୋଟା ରିଲିଜ କରିଛନ୍ତି, ସେଥିରେ ଖାଦ୍ୟ ସୁରକ୍ଷା ନିୟମରେ ଏକାସାଙ୍ଗେ ତିନି ମାସର ଚାଉଳ 25 ଦିନରେ ବାଣ୍ଟିବାର ନିୟମ ରହିଛି।  ଯାହା ରାଜ୍ୟ ସରକାର କାର୍ଯ୍ୟକାରୀ କରି ନାହାନ୍ତି।