ପାଲଲହଡ଼ା / ପିତାମ୍ବର ନାୟକ : ଦୁଇ ଟି ଟ୍ରକ ମୁହାଁ ମୁହିଁ ଧକ୍କା ଫଳରେ ଜଳିଗଲା ଗୋଟିଏ ଟ୍ରକ, ଡ୍ରାଇଭର ମୃତ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ବାର ମାଇଲ ଛକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆଜି ଭୋର ସମୟରେ ଜାତୀୟ ରାଜପଥ ୧୪୯ ଉପରେ ଉଭଳି ଘଟଣା ଘଟିଥିବା କୁହାଯାଉଛି । ସୂଚନା ଅନୁଯାୟୀ , ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହବା ଫଳରେ ଗୋଟିଏ ଟ୍ରକ ସର୍ଟ ସର୍କିଟ ହୋଇ ଜଳି ଯାଇଥିବା ବେଳେ ଅନ୍ୟ ଟ୍ରକ ଟି ରାସ୍ତା କଡ଼କୁ ଖସିଯାଇ ଏକ ଗଛରେ ପିଟି ହୋଇଥିଲା । ଯାହା ଫଳରେ ଟ୍ରକ ରେ ଥିବା ଡ୍ରାଇଭରଙ୍କ ଦୁଇ ଟି ଟ୍ରକ ଧକ୍କା ଫଳରେ ଜଳିଗଲା ଗୋଟିଏ ଟ୍ରକ, ଡ୍ରାଇଭର ମୃତ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସେହି ଟ୍ରକ ରେ ଥିବା ପୁଅ ଅଳ୍ପ କେ ବର୍ତୀ ଯାଇଥିବା କୁହାଯାଉଛି । ଅନ୍ୟ ପକ୍ଷରେ ଜଳିଯାଉଥିବା ଟ୍ରକ ଭିତରୁ ସ୍ଥାନୀୟ ଲୋକେ ଡ୍ରାଇଭର କୁ ଉଦ୍ଧାର କରି ସ୍ଥାନୀୟ ଖମାର ଡାକ୍ତର ଖାନାକୁ ପଠାଇଥିବା ସ୍ଥାନୀୟ ଲୋକ କହିଥିଲେ । ପରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି । ସେପଟେ ମୃତକ ଜଣଙ୍କ ହେଲେ ଛତିଶଗଡର ରାଧୁ ଏକା ବୋଲି ଜଣାପଡିଛି ।